ETV Bharat / state

ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ, ବାତିଲ କରିବାକୁ ଦାବି

ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ କରିଛି ଭାରତୀୟ ମଜଦୂର ସଙ୍ଘ । ଏନେଇ ଗକତକାଲି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ
ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ
author img

By ETV Bharat Odisha Team

Published : Oct 17, 2023, 9:15 AM IST

ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ

ରାଉରକେଲା: ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ । ରାଉରକେଲା ଶ୍ରମିକ ସଂଘ ,ଗାଙ୍ଗପୁର ମଜଦୁର ମଞ୍ଚ ଓ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଏକ ତ୍ରିପାକ୍ଷିକ ଚୁକ୍ତିନାମା ଗତ ୨୯ ତାରିଖରେ ମଞ୍ଜୁରୀ ହୋଇଥିଲା । ହେଲେ ଏହି ଚୁକ୍ତିନାମା ଶ୍ରମିକଙ୍କୁ ଅନ୍ଧାରକୁ ଠେଲି ଦେଇଛି ବୋଲି ଅଭିଯୋଗ କରିଛି ଭାରତୀୟ ମଜଦୂର ସଙ୍ଘ । ତେଣୁ ଏହାକୁ ବିରୋଧ କରି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ତ୍ରିପାକ୍ଷିକ ଚୁକ୍ତିନାମା ଶ୍ରମିକଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି । ଆରଏସ୍‌ପିରେ ୧୦୨ଟି ବିଭାଗ ଏବଂ ୫ଟି ମାଇନ୍ସକୁ ମିଶାଇଲେ ୧୦୭ଟି ବିଭାଗ ଅଛି । ସମସ୍ତ ବିଭାଗର ଲାଇନ୍ ଅଫ୍ ପ୍ରମୋଶନ( ଏଲ୍‌ଓପି) ଅଲଗା ଥାଏ ଏବଂ ବିଭିନ୍ନ ବିଭାଗରେ ଅନେକ ଏଲ୍ଓପି ରହିଥାଏ । ଯେପରି ମେକାନିକାଲ, ଇଲେକ୍ଟ୍ରିକାଲ ଓ ଅପରେସନ ବିଭାଗ ଇତ୍ୟାଦିରେ ବିଭିନ୍ନ ପ୍ରକାର ଲାଇନ ଅଫ ପ୍ରମୋଶନ ରହିଥାଏ । ଗୋଟିଏ ଏଲ୍‌ଓପିରେ ଥିବା କର୍ମଚାରୀ କିପରି ସାଧାରଣ ପ୍ରମୋଶନ ଏବଂ କ୍ଲଷ୍ଟର ପ୍ରମୋଶନ ପାଇବେ ସେ ବିଷୟରେ ବିବରଣୀ ଦିଆଯାଇଥାଏ । ସାଧାରଣତଃ ଗୋଟିଏ ବିଭାଗରୁ ଅଲଗା ବିଭାଗକୁ ବଦଳି ମଧ୍ୟ ହୁଏନାହିଁ । ଯଦି କାହାକୁ ଟାର୍ଗେଟ୍ କରି ବଦଳି କରାଯାଏ ତେବେ ତାହା ଆରଏଲ୍‌ସିଙ୍କ ନିକଟରେ ଶିଳ୍ପ ବିବାଦ ମାଧ୍ୟମରେ ସମାଧାନ ହୋଇଥାଏ । କିନ୍ତୁ ସଦ୍ୟ ଚୁକ୍ତିନାମା ବଦଳି ନହେବାର କବଚକୁ ଭାଙ୍ଗି କର୍ତ୍ତୃପକ୍ଷଙ୍କ ହାତରେ ଶ୍ରମିକଙ୍କ ଚୁଟି ଧରାଇ ଦିଆଗଲା ବୋଲି ଅଭିଯୋଗ କରିଛି ସଙ୍ଘ ।

ସେହିପରି ଏଲ୍‌ଓପିରେ ଆଉ ଗୋଟିଏ ପ୍ରାବଧାନ ଥାଏ । ଯଦି ଗୋଟିଏ ଏଲ୍‌ଓପିରେ ଜଣେ ଶ୍ରମିକଙ୍କୁ କିଛି ପ୍ରମୋଶନ ମିଳିଥାଏ ତେବେ ତାର ଦରମା ବଢ଼ିଯାଏ । କିନ୍ତୁ ସେହିଠାରେ ସମାନ ତାରିଖରେ ସମାନ ଗ୍ରେଡ୍‌ରେ ନିଯୁକ୍ତି ପାଇଥିବା କର୍ମଚାରୀ ଯଦି ସମାନ ଏଲ୍‌ଓପିରେ ନଥାଏ ତେବେ ତାକୁ ମିଳେ ନାହିଁ । ମାତ୍ର ଉଭୟେ ସମାନ ବିଭାଗରେ ଥାଆନ୍ତି ଏବଂ ସମାନ ବେତନ ଅଧୀନରେ ଥାଆନ୍ତି । ଯଦି ବଦଳି ନହେବାର ପ୍ରାବଧାନକୁ ଲାଗୁ କଲେ ତେବେ ପେ-ଆନୋମଲି ପ୍ରାବଧାନକୁ ମଧ୍ୟ ହଟାଇ ଦିଆଯାଇ ପାରି ଥାଆନ୍ତା ବୋଲି କହିଛି ସଙ୍ଘ ।

ଯାହାଦ୍ୱାରା ଆରଏସ୍‌ପିରେ ହଜାର ହଜାର କର୍ମଚାରୀଙ୍କର ଦରମା ତାରତମ୍ୟ ରହିନଥାଆନ୍ତା । କିନ୍ତୁ ତାହା କରାନଯାଇ କେବଳ କର୍ତ୍ତୃପକ୍ଷଙ୍କର ହିତକୁ ପ୍ରାଧାନ୍ୟ ଦେଇ ଯେଉଁ ଚୁକ୍ତିନାମା ହେଲା ତାହା ଆରଏସ୍‌ପି ଟ୍ରେଡ୍ ୟୁନିୟନ୍ ଇତିହାସରେ କେବେ ହୋଇନଥିଲା ।ଯାହାକୁ ଦୃଢ଼ ବିରୋଧ କରିଛି ଭାରତୀୟ ମଜଦୂର ସଂଘ । ଆଗାମୀ ଦିନରେ ଏହି ଚୁକ୍ତିନାମା ବାତିଲ କରିବା ଦାବିରେ ଆରଆଇକେକେଏସ୍ ସମସ୍ତ ଇସ୍ପାତ ଶ୍ରମିକଙ୍କୁ ଜାଗ୍ରତ କରାଇବ ଏବଂ ଦସ୍ତଖତ ଅଭିଯାନ କରି ଡିଆଇସିଙ୍କୁ ଦାବିପତ୍ର ପ୍ରଦାନ କରିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.