ETV Bharat / state

24ଘଣ୍ଟାରେ 1କୋଟି ଦେବାକୁ କାନ୍ଥରେ ଲାଗିଲା ଧମକପୂର୍ଣ୍ଣ ଚିଠି

24 ଘଣ୍ଟାରେ 1କୋଟି ଦିଅ ନଚେତ ଗାଡ଼ି ପୋଡ଼ିଦେବୁ । ଧମକ ପୂର୍ଣ୍ଣ ଚିଠି ଲଗାଇଲେ ଦୁର୍ବୃତ୍ତ । ପୋଲିସର ଖୋଳତାଡ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 12, 2019, 6:35 PM IST

Updated : Aug 12, 2019, 6:43 PM IST

ରାଉରକେଲା: ଝିରିପାଣି ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କ । 24 ଘଣ୍ଟାରେ କୋଟିଏ ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଚିଠିରେ ହୋଇଛି ଉଲ୍ଲେଖ । ଖାଦାନଢିପା ଅଞ୍ଚଳର ଏକ ଘର କାନ୍ଥରେ ଲାଗିଛି ଧମକପୂର୍ଣ୍ଣ ଚିଠି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହା ସହିତ ଟଙ୍କା ନଦେଲେ ଗାଡି ପୋଡ଼ି ଦେବାକୁ ଦେଲେ ଧମକ । ସ୍ଥାନୀୟ ଅଞ୍ଚଳରେ ଏକ ପିକ ଅପ ଭ୍ୟାନ କୁ ପୋଡିବାକୁ ଉଦ୍ୟମ କରିବା ସହ କାନ୍ଥରେ ଲଗାଇଛନ୍ତି ଧମକ ପୂର୍ଣ୍ଣ ଚିଠି । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଚିଠିରେ ଲେଖାଯାଇଛି, ରାଉରକେଲା ବିଧାୟକଙ୍କ ଠାରୁ 1 କୋଟି ଟଙ୍କା ଆଣି 24 ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି । ନଚେତ୍ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପୋଲିସ ଚିଠିଟିକୁ ଜବତ କରି ତଦନ୍ତ କରୁଥିବା ବେଳେ ଗାଡି ପୋଡି ଘଟଣାର ମଧ୍ୟ ତଦନ୍ତ କରୁଛନ୍ତି ।

ତେବେ ଏହି ଘଟଣାରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଆଦୌ ଭୟଭୀତ ନଥିବା କହିଛନ୍ତି । ଏପରିକି ତାଙ୍କଠାରୁ 1 କୋଟି ଟଙ୍କା ମାଗିବାର ଯଥାର୍ଥତା ବୁଝି ପାରୁନଥିବା ସେ କହିଛନ୍ତି । ସେପଟେ ଧମକପୂର୍ଣ୍ଣ ଚିଠି ଲଗାଇଥିବା ଦୁର୍ବୃତ୍ତକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଝିରିପାଣି ଥାନା ଅଂଚଳରେ କେତେକ ଦୃବୃତ୍ତ ଏକ ପିକ ଅପ ଭ୍ୟାନ କୁ ପୋଡିବାକୁ ଉଦ୍ୟମ କରିବା ସହ କାନ୍ଥରେ ମରାଯାଇଥିବା ଏକ ଚିଠି ଚର୍ଚ୍ଚାର ବିଷୟ ହୋଇଛି । ଏହି ଚିଠିରେ ରାଉରକେଲା ବିଧାୟକଙ୍କ ଠାରୁ 24 ଘଣ୍ଟା ମଧ୍ୟରେ 1 କୋଟି ଟଙ୍କା ଆଣି ଦେବାକୁ କୁହାଯାଇଥିବା ବେଳେ ନଦେଲେ ପରିଣାମ ଭୟାବହ ହେବ ବୋଲି କୁହାଯାଇଛି ।Body: ପୋଲିସ ଚିଠିଟିକୁ ଜବତ କରି ତଦନ୍ତ କରୁଥିବା ବେଳେ ଗାଡି ପୋଡି ଘଟଣାର ମଧ୍ୟ ତଦନ୍ତ କରୁଛନ୍ତି । ଏହି ଘଟଣା ପାଇଁ ଦୋଷୀ କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରୁଛି।Conclusion:ତେବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ ଏହି ଘଟଣାରେ ସେ ଭୟଭୀତ ନୁହନ୍ତି ଏବଂ ତାଙ୍କଠାରୁ 1 କୋଟି ଟଙ୍କା ମାଗିବାର ଯଥାର୍ଥତା ବୁଝି ପାରୁନାହାନ୍ତି ।
Byte . Sarada Prasad Nayak . MLA , Rourkela .
2 . Raisan Murmu . IIC , Jhripani PS .
3. ଗାଡି ମାଲିକ

Last Updated : Aug 12, 2019, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.