ETV Bharat / state

କେବେ ଦୂର ହେବ ସକମାବାସୀଙ୍କ ଜଳକଷ୍ଟ ?

ମହାନଦୀରୁ ପିଇବା ପାଣି ଯୋଗାଇ ଦେବା ପାଇଁ 42 ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ପ୍ରକଳ୍ପ ହୋଇଛି । ହେଲେ ପ୍ରକଳ୍ପ ଅଚଳ ହୋଇଥିବାରୁ ସକମା ବାସିନ୍ଦା ଜଳକଷ୍ଟ ଭୋଗୁଛନ୍ତି ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 10, 2019, 2:57 PM IST

Updated : May 10, 2019, 4:48 PM IST

ସୁବର୍ଣ୍ଣପୁର: ପ୍ରଚଣ୍ଡ ତାତି ସାଙ୍ଗକୁ ଜଳ ସଙ୍କଟ । ବିନିକା ବ୍ଳକର ସକମା ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା । ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତିନିବର୍ଷ ତଳେ ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇ ମହାନଦୀରୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରକଳ୍ପରେ ତ୍ରୁଟି ଯୋଗୁଁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

ପ୍ରକଳ୍ପ ଆରମ୍ଭରୁ 2ଟି ୱାର୍ଡର ପ୍ରାୟ 1000 ଲୋକ ପିଇବା ପାଣି ପାଉ ନାହାନ୍ତି । ବାକି 2ଟି ୱାର୍ଡର ଲୋକେ ବି ବର୍ଷର ବିଭିନ୍ନ ସମୟରେ ପିଇବା ପାଣି ସଂଗ୍ରହ କରିବା ପାଇଁ ନଳକୂପ କିମ୍ବା ନଦୀ ଉପରେ ନିର୍ଭର କରୁଛନ୍ତି । ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରି ସାରା ଗାଁକୁ ପାଣି ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

ପ୍ରାୟ 1800ରୁ ଅଧିକ ଲୋକ ରହୁଥିବା ଏହି ଗାଁକୁ ପାଇପ ପାଣି ଯୋଗାଇ ଦେବା ପାଇଁ ତିନି ବର୍ଷ ତଳେ ପ୍ରକଳ୍ପ କାର୍ଯ୍ୟ ସରିଛି । ଗାଁରେ ଚାରୋଟି ୱାର୍ଡ ପାଇଁ 18 ଗୋଟି ଷ୍ଟାଣ୍ଡ ପୋଷ୍ଟ ତିଆରି କରାଯିବା ସହ ଗାଁ ସାରା ପାଇପ ବିଛା ଯାଇଛି । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଛି 42 ଲକ୍ଷ ଟଙ୍କା । ହେଲେ ଅନେକ ଜାଗାରେ ପାଇପ ଫାଟି ଯାଇଛି ତ କେତେକ ସ୍ଥାନର ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଯାଇଛି ।

ବିଶେଷକରି ଗ୍ରୀଷ୍ମ ସମୟରେ ପ୍ରକଳ୍ପ ଚାଲୁ ନଥିବାରୁ ଲୋକଙ୍କୁ ନଳକୂଅ ଅବା ନିକଟସ୍ଥ ଅନ୍ୟାନ୍ୟ ଜଳ ଉତ୍ସ ଉପରେ ହିଁ ନିର୍ଭର କରିବାକୁ ପଡୁଛି। ଅପରପକ୍ଷରେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ବାତ୍ୟା ଫୋନି ପରେ ବିଭିନ୍ନ ପ୍ରଭାବିତ ଜିଲ୍ଲାରେ ସ୍ତିତି ସୁଦ୍ଧାରିବା ପାଇଁ ଯୁଦ୍ଧ କାଳିନ ଭିତିରେ କାମ ଚାଲିଛ ବୋଲି ସୂଚନା ଦେଇଛନ୍ତି ଏସଆରସି ।ପ୍ରଥମିକ ଭାବେ ପାନୀୟ ଜଳ ,ଯୋଗାଣ ଓ ବିଜୁଳି ସେବା ଯୋଗାଇବା ପାଇଁ କାମ କୁ ଗୁରୁତ୍ୱ ଦିଆଯାଇଛି ।ଆଜି ସୁଦ୍ଧା କଟକ ରେ ୫୦ ପ୍ରତିଶତ ବିଜୁଳି ପ୍ରଦାନ କରାଯାଇଛି ।ଭୁବନେଶ୍ୱର ରେ ଆଜି କିଛି
 ୟୁନିଟ ୩,ୟୁନିଟ ୪,ସତ୍ୟନଗର ,ଶୈଳସୀବିହାର ଆଦି ,ସତ୍ୟ ନଗର ରେ ଆଦି ସ୍ତାନରେ ଇଲେକ୍ଟ୍ରିକ୍ ଦିଆଯାଇଛି ।
ଏହା ସହ ଭଦ୍ରକ ,ଢେ଼ଙ୍କାନାଳ ,ଅନୁଗୁଳ  ଶତ ପ୍ରତିଶତ ବିଜୁଳି ଦିଆଯାଇଛି ।ଏହା ସହ ନୟାଗଡ଼  ୯୦ ପ୍ରତିଶତ  ,କେନ୍ଦ୍ରାପଡା  ରେ ୪୦ ପ୍ରତିଶତ ,ଯାଯପୁର ରେ ୮୦ପ୍ରତିଶତ ବିଦ୍ୟୁତ୍ ସେବା ଯୋଗାଇଦିଆଯାଇଛି ।ଜିଲ୍ଲା ମାନଙ୍କରେ ଶତପ୍ରତିଶତ ବିଜୁଳି ଦିଯାଇଛି ବୋଲି ସୂଚନା ଦେଇଛନ୍ତି ।ବିଶେଷ କରି ପୁରୀ  ରେ ମୁନିସପାଲଟି ଏରିଆ ରେ ପାଣି ଯୋଗାଇ ଦିଆଯାଇଛି ।କଟକ  ଓ ଭୁବନେଶ୍ୱର ରେ ରେ ମଧ୍ୟ  ମୁନିସପାଲଟି ଏରିଆ ରେ ଜଳ ଯୋଗାଇଦିଆଯାଇଛି ।
ବାଇଟ୍ ,ସଂଗ୍ରାମ ମହାପାତ୍ର ,ମୁଖପାତ୍ର ,ଏସଆରସି ,
ବାଇଟ୍ ଲାଇଭ୍ ୟୁ ରେ ଯାଇଛି ।
Last Updated : May 10, 2019, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.