ସୁବର୍ଣ୍ଣପୁର:ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଗ୍ରାମ ପଞ୍ଚୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମହେରଙ୍କ ସୋନପୁର ସହର ସ୍ଥିତ ବାସଭବନରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଚେରୁପାଲି ପଞ୍ଚାୟତ କାର୍ଯ୍ୟାଳୟ ଓ ସୋନପୁର ସହରର ମାଣିକେଶ୍ବରୀ ପଡାରେ ଥିବା ତାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀଙ୍କ ନେତୃତ୍ବରେ ଏକ 18 ଜଣିଆ ଭିଜିଲାନ୍ସ ଟିମ୍ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଘରୁ ଜବତ କରିଥିବା କାଗଜପତ୍ର ଯାଞ୍ଚ କରିଛନ୍ତି।
ଏକ ବୈଷୟିକ ଦଳ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ତାଲିକା ପସ୍ତୁତ କରୁଥିବା ବେଳେ ସେ ତିଆରି କରିଥିବା ନୂଆ କୋଠାଟିର ମୂଲ୍ୟ ପ୍ରାୟ ଦୁଇ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ଟିମ ଅନୁମାନ କରିଛି । ଏଯାଏଁ ତାଙ୍କର ସମ୍ପତ୍ତି ତାଲିକା ଜଣାପଡିନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ