ETV Bharat / state

ରହସ୍ୟମୟ ହତ୍ୟାକାଣ୍ଡ: ବାସନ ମାଜିବାବେଳେ ମହିଳାଙ୍କ ଗଳାକାଟି ହତ୍ୟା

ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଆଜି ଭୋର ସମୟରେ ଏକ ରହସ୍ୟମୟ ହତ୍ୟାକାଣ୍ଡ ଘଟିଛି । ଅଜଣା ଦୁର୍ବୃତ୍ତ ପଛପଟୁ ଆସି ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକ କାଟି ଦେଇଥିବାବେଳେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି ।

author img

By

Published : Aug 17, 2019, 11:19 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ଲଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଆଜି ଭୋର ସମୟରେ ଏକ ରହସ୍ୟମୟ ହତ୍ୟାକାଣ୍ଡ ଘଟିଛି । ଗାଁର 50 ବର୍ଷୀୟ ଜଣେ ମହିଳା ନିଜ ଘର ପଛପଟ ବାଡିରେ ବାସନ ଧୋଉଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ପଛପଟୁ ତାଙ୍କ ଗଳାକାଟି ହତ୍ୟା କରିଛି ।

ଅଜଣା ଦୁର୍ବୃତ୍ତ ପଛପଟୁ ଆସି ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକକୁ କାଟି ଦେଇଥିବା ଜଣାପଡୁଛି । ଫଳରେ ନିଜ ପରିବାର ଲୋକଙ୍କୁ ଲକ୍ଷ୍ମୀ ଡାକିବାର ବି ସୁଯୋଗ ପାଇ ନଥିଲେ । କିଛି ସମୟ ପରେ ପରିବାର ଲୋକେ ବାଡିପଟକୁ ଯିବା ପରେ ଲକ୍ଷ୍ମୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ମହିଳାଙ୍କ ସ୍ବାମୀ ବଳଭଦ୍ର ବାରିକ ନିଜ ପତ୍ନୀଙ୍କୁ କେହି ହତ୍ୟା କରିଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଲଛିପୁର ଫାଣ୍ଡି ଓ ଡୁଂଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇଥିବାବେଳେ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଆଜି ପାହାନ୍ତିଆରେ ଏକ ରହସ୍ୟମୟ ହତ୍ୟାକାଣ୍ଡ ଘଟିଛି ।ଗାଁର 50 ବର୍ଷିୟ ଜଣେ ମହିଳା ନିଜ ଘର ପଛପଟେ ବାଡିରେ ରାତ୍ରୀ ଭୋଜନର ବାସନ କୁସନ ଧୋଉଥିବା ସମୟରେ କେହି ଜଣେ ଦୁର୍ବୁତ୍ତ ପଛପଟୁ ତାଙ୍କ ଗଳାକାଟି ହତ୍ୟା କରିଛି ।ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକରେ ହାଣି ଥିବା ଜଣାପଡୁଛି ।ପାହାନ୍ତିଆରେ ଗାଁର 50 ବର୍ଷିୟ ଲକ୍ଷ୍ଣୀ ବାରିକ ବାସନକୁସନ ଧୋଉଥିବା ସମୟରେ ଦୁର୍ବୁତ୍ତ ତାଙ୍କୁ ହଠାତ ଆକ୍ରମଣ କରିଥିଲା ।ଫଳରେ ନିଜ ପରିବାର ଲୋକଙ୍କୁ ଲକ୍ଷ୍ଣୀ ଡାକିବାର ବି ସୁଯୋଗ ପାଇ ନ ଥିଲେ ।କିଛି ସମୟ ପରେ ପରିବାର ଲୋକେ ବାଡିପଟକୁ ଯିବା ପରେ ଲକ୍ଷ୍ଣୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।ମୃତା ଲକ୍ଷ୍ମୀ ବାରିକଙ୍କ ସ୍ବାମୀ ବଳଭଦ୍ର ବାରିକ ନିଜ ପତ୍ମୀଙ୍କୁ କେହି ହତ୍ୟା କରିଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି ।Body:ଲଛିପୁର ଫାଣ୍ଡି ଓ ଡୁଂଗୁରିପାଲି ପୋଲିସ ଘଟଣାସ୍ଥଳକୁ ପହଂଚି ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରିଥିବା ବେଳେ ଏହି ହତ୍ୟାକାଣ୍ଡର ଅନୁସଂଧାନ କରୁଛନ୍ତି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.