ETV Bharat / state

ସଂକୀର୍ତ୍ତନ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପରିବହନ ମନ୍ତ୍ରୀ - ପରିବହନ ମନ୍ତ୍ରୀ ପଦ୍ମନାଭଙ୍କ ସଂକୀର୍ତ୍ତନ

ପୌର ନିର୍ବାଚନ ପ୍ରଚାର ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସଂକୀର୍ତ୍ତନ । ସେ ସଂକୀର୍ତ୍ତନ ଦଳରେ ସାମିଲ ହୋଇ ଭଜନ ଗାଉଥିବା ଭିଡିଓ ଅଧିକରୁ ଅଧିକ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ

ସଂକୀର୍ତ୍ତନ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପରିବହନ ମନ୍ତ୍ରୀ

author img

By

Published : Mar 21, 2022, 10:22 AM IST

ସୁବର୍ଣ୍ଣପୁର: ରାଜ୍ୟରେ ପୌର ନିର୍ବାଚନ ଅତି ନିକଟତର ହେବା ବେଳେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋର ଧରିଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ଭାଇରାଲ ହେଉଛି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଭିଡିଓ । ପୌର ନିିର୍ବାଚନ ପ୍ରଚାର ସମୟରେ ବିଜେଡି ସମର୍ଥକ ଓ କର୍ମୀଙ୍କ ଗହଣରେ ସଂକୀର୍ତ୍ତନ ଦଳରେ ସାମିଲ ହୋଇ ଭଜନ ଗାଉଥିବା ଭିଡିଓ ଅଧିକରୁ ଅଧିକ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ସଂକୀର୍ତ୍ତନ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପରିବହନ ମନ୍ତ୍ରୀ

ଜୟ ହେ ପ୍ରଭୂ ଚ଼କାନୟନ ଗୀତରେ ବେଶ ଝୁମି ଝୁମି ସଂକୀର୍ତ୍ତନ କରିଛନ୍ତି ମନ୍ତ୍ରୀ । ଖୋଳ ତାଳ ଓ ପାଲିଆ ମାନଙ୍କ ସହ ବେଶ ସମୟ ଯାଏଁ ଦୋଳ ପର୍ବ ଅବସରରେ ବିନିକା ସହରରେ ସଂକୀର୍ତ୍ତନ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ।

ତେବେ ଜିଲ୍ଲାର ପ୍ରାୟ ଆଂଚଳିକ ମହୋତ୍ସବ ଗୁଡିକରେ ମନ୍ତ୍ରୀଙ୍କ ଭଜନ ଗାଇବା , କରମା ତଥା ସଂକୀର୍ତ୍ତନ ଆଦିରେ ଗାୟକ ହୋଇ ଭଜନ ଗାଇବା ଆଦି ଜିଲ୍ଲାର ଜନସାଧାରଣଙ୍କ ମନକୁ ବେଶ ଛୁଇଁ ପାରିଛି । ପୌର ନିର୍ବାଚନ ପାଇଁ ବିନିକା ସହରର ସଭା ସମିତି ସାଙ୍ଗକୁ ନୃତ୍ୟ ଗୀତ ମାଧ୍ୟମରେ ନିର୍ବାଚନ ପ୍ରଚାର ଯୋଗୁଁ ଭୋଟର ମାନେ ମନ୍ତ୍ରୀଙ୍କୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।ତେବେ ମନ୍ତ୍ରୀଙ୍କ ସଂକୀର୍ତ୍ତନ ବେଳେ ବିନିକା ସହରରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦେଖଣାହାରୀ ଦୀର୍ଘ ସମୟ ଧରି ସଂକୀର୍ତ୍ତନ ଦେଖିଥିବା ଖବର ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.