ETV Bharat / state

5 କୋଟି ହେରଫେର ମାମଲା: 2 ଅଭିଯୁକ୍ତ ଗିରଫ - ପାଞ୍ଚ କୋଟି ହେରଫେର ମାମଲାରେ ଦୁଇ ଗିରଫ

ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଜାତୀୟ ସ୍ଵାସ୍ଥ୍ୟ ମିଶନରେ ପାଞ୍ଚ କୋଟି ଟଙ୍କା ହେରଫେର ମାମଲାର ପର୍ଦ୍ଦାଫାଶ ହୋଇଛି । କ୍ରାଇମବ୍ରାଞ୍ଚ ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ପାଞ୍ଚ କୋଟି ହେରଫେର ମାମଲା: ଦୁଇ ଜଣ ଅଭିଯୁକ୍ତ ଗିରଫ

author img

By

Published : Jun 14, 2021, 6:56 PM IST

ସୁବର୍ଣ୍ଣପୁର: ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଜାତୀୟ ସ୍ଵାସ୍ଥ୍ୟ ମିଶନରେ ପାଞ୍ଚ କୋଟି ଟଙ୍କା ହେରଫେର ମାମଲାର ପର୍ଦ୍ଦାଫାଶ ହୋଇଛି । କ୍ରାଇମବ୍ରାଞ୍ଚ ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବତନ ହିସାବ ରକ୍ଷକ ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ଚରଣ ପ୍ରଧାନ ଏହି ହେରଫେର ମାମଲାରେ ସଂପୃକ୍ତ ବୋଲି ଜଣାପଡ଼ିଛି ।

ପାଞ୍ଚ କୋଟି ହେରଫେର ମାମଲା: ଦୁଇ ଜଣ ଅଭିଯୁକ୍ତ ଗିରଫ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପବ୍ଲିକ ଫାଇନାନସିଆଲ ମ୍ୟାନେଜମେଣ୍ଟକୁ ହ୍ୟାକ କରି ଗତ 7 ଏପ୍ରିଲ 2021ରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜାତୀୟ ସ୍ବାସ୍ଥ୍ୟ ମିଶନ (ଜେଏସଏସ, ଏନ୍ଏଚ୍ଏମ୍) ଆକାଉଣ୍ଟରୁ ଅନଧିକୃତ ଭାବରେ 5,01,50,000 ଟଙ୍କା ଖର୍ଚ୍ଚ କରାଯାଇଛି । ଜାତୀୟ ସ୍ବାସ୍ଥ୍ୟ ମିଶନର ସିଷ୍ଟମର(PFMS)ଅନୁସନ୍ଧାନ ସମୟରେ ଏହା ଜଣାପଡିଛି । ରାଜକିଶୋର ନାୟକ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟର ଏନ.ଏଚ.ଏମରେ ଅସ୍ଥାୟୀ ଭିତ୍ତିରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ସେ 24.12.2020ରେ ଚାକିରୀ ଛାଡିଥିଲେ । ଗତ ମାର୍ଚ୍ଚ ମାସରେ ରାଜକିଶୋରଙ୍କ ସହିତ ଅନନ୍ତ ଅନ୍ୟମାନଙ୍କ ସହ ମିଶି ଏନ.ଏଚ.ଏମ ସିଷ୍ଟମ ଅର୍ଥାତ୍ ପି.ଏଫ.ଏମ.ଏସ.ର ପୋର୍ଟାଲକୁ ଅନଧିକୃତ ଭାବରେ ହ୍ୟାକ୍ କରି 5,01,50,000 ଟଙ୍କା ମୂଲ୍ୟର ଏକ ଇ-ଚେକ୍ ସୃଷ୍ଟି କରି ସରକାରୀ ଅନୁଦାନ ହଡପ କରିଥିଲେ ।

ଅନୁସନ୍ଧାନ ପରେ ପ୍ରାୟ 5 କୋଟିରୁ 3 କୋଟି 30 ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ରାଉରକେଲାର ଏସବିଆଇର ଏକ ଆକାଉଣ୍ଟକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ରାଇମବ୍ରାଞ୍ଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଏବେ ବି ଉଭୟ କ୍ରାଇମବ୍ରାଞ୍ଚ ଓ ଜିଲ୍ଲା ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.