ETV Bharat / state

ସୁପାର ଠେଲା ହେଲେ ସୁବର୍ଣ୍ଣପୁରର ଜିଲ୍ଲା ପରିଷଦ ଅଧ୍ୟକ୍ଷା - ସୁବର୍ଣ୍ଣପୁର ପଲିଟିକାଲ ଅପଡେଟ

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାସଲ କଲା ବିଜେଡି । ବିଜେଡି ପ୍ରାର୍ଥିନୀ ଡୁଙ୍ଗୁରିପାଲି ବ୍ଳକର ଜୋନ ନମ୍ବର ୨ରୁ ବିଜେଡି ଜିଲ୍ଲା ପରିଷଦ ଭାବେ ବିଜୟୀ ହୋଇଥିବା ସୁପାର ଠେଲା ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ସୁପାର ଠେଲା ସୁବର୍ଣ୍ଣପୁରର ଜିଲ୍ଲା ପରିଷଦ ଅଧ୍ୟକ୍ଷା

author img

By

Published : Mar 13, 2022, 5:24 PM IST

Updated : Mar 13, 2022, 6:07 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାସଲ କଲା ବିଜେଡି । ବିଜେଡି ପ୍ରାର୍ଥିନୀ ଡୁଙ୍ଗୁରିପାଲି ବ୍ଳକର ଜୋନ ନମ୍ବର ୨ରୁ ବିଜେଡି ଜିଲ୍ଲା ପରିଷଦ ଭାବେ ବିଜୟୀ ହୋଇଥିବା ସୁପାର ଠେଲା ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୋନପୁର ବିଧାୟକ ତଥା ରାଜ୍ୟ ଅବକାରୀ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ସୁପାର ଠେଲାଙ୍କୁ ନିର୍ବାଚିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

ସୁପାର ଠେଲା ହେଲେ ସୁବର୍ଣ୍ଣପୁରର ଜିଲ୍ଲା ପରିଷଦ ଅଧ୍ୟକ୍ଷା

ତେବେ ଜିଲ୍ଲାର 13ଗୋଟି ଜିଲ୍ଲା ପରିଷଦ ଆସନ ଭିତରୁ ବିଜେଡି 11 ଗୋଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଓ ବିଜେପି ଉଭୟେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ପାଇଁ ବିପକ୍ଷ ଦଳ ନୀରବ ରହିଥିବା ବେଳେ ବିଜେଡି ଭିତରେ ପ୍ରବଳ ଅଙ୍କକଷା ଚାଲିଥିଲା ।

ତେବେ ଗତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାସଲ କରିଥିବା ବେଳେ ଏଥର କିନ୍ତୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଜେଡି ପଦାଧିକାରୀ ଅଧ୍ୟକ୍ଷ ପଦ ହାସଲ କରିବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 13, 2022, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.