ETV Bharat / state

ଜଳୁଛି ସୁବର୍ଣ୍ଣପୁର, ଲୋକେ ଛଟପଟ - ସବୁର୍ଣ୍ଣପୁର

ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଖେଳିଯାଇ ଥିବାବେଳେ ଏଥିରୁ ବାଦ ପଡିନି ସୁବର୍ଣ୍ଣପୁର । ଗରମ ହାୱା ଓ ଗୁଳୁଗୁଳିରେ ପୂରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ 9ଟାରୁ ଅପରାହ୍ଣ 5ଟା ଯାଏ କେହି ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 12, 2019, 8:59 PM IST

ସୁବର୍ଣ୍ଣପୁର: ଶୂନଶାନ ରାସ୍ତା ଘାଟ । ଆକାଶରୁ ଖରା ନୁହେଁ, ବର୍ଷୁଛି ନିଆଁ । ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଖେଳିଯାଇ ଥିବାବେଳେ ଏଥିରୁ ବାଦ ପଡିନି ସୁବର୍ଣ୍ଣପୁର । ଗରମ ହାୱା ଓ ଗୁଳୁଗୁଳିରେ ପୂରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ 9ଟାରୁ ଅପରାହ୍ଣ 5ଟା ଯାଏ କେହି ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାନ୍ତି । କେବଳ ମଣିଷ ନୁହେଁ, ପଶୁପକ୍ଷୀ ବି ପାଣିମୁହାଁ ହେଉଛନ୍ତି । ହେଲେ ଏତେ ଖରା ସତ୍ତ୍ବେ ବି ସହରରେ ପାଣି ଛତ୍ରଟିଏ ବି ଖୋଲା ଯାଇନି । ପ୍ରବଳ ଖରା ଯୋଗୁଁ ଦେଖା ଯାଇଛି ଉତ୍କଟ ଜଳ ସମସ୍ୟା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଦିନବେଳା ପାରଦ 45 ଡିଗ୍ରୀ ଉପରକୁ ରହୁଥିବା ବେଳେ ରାତିରେ ତାପମାତ୍ରା 28 ଡିଗ୍ରୀ ତଳକୁ ଖସୁନାହିଁ । ଜିଲ୍ଲାରେ ବ୍ୟାପକ ଗଛକଟା ସାଙ୍ଗକୁ କଂକ୍ରିଟ ରାସ୍ତାଘାଟ ପାଇଁ ସୁବର୍ଣ୍ଣପୁର ଆଜି ତତଲା ତାୱାରେ ପରିଣତ ହୋଇଛି। ଏଥିରୁ ସାମାନ୍ୟ ଆଶ୍ବସ୍ତି ପାଇବା ପାଇଁ ଲୋକଙ୍କ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ହେଉଛି । ମୁଣ୍ଡ ଫଟା ଖରା ଓ ତାତିରୁ ରକ୍ଷା ପାଇବାକୁ ଲୋକେ ଆଶ୍ରୟ ଖୋଜୁଛନ୍ତି। ହେଲେ ସହରର ବସଷ୍ଟାଣ୍ଡ ପରି ଜନଗହଳି ଜାଗାରେ ବି ଯାତ୍ରୀ ବିଶ୍ରାମଗାର କି ପାଣି ଟିକିଏ ପାଇଁ ବ୍ୟବସ୍ଥା କରାଯାଇ ପାରିନାହିଁ ।

ଦିନଥିଲା ସବୁଜ ସବୁଜିମାରେ ପୁରି ଉଠିଥିଲା ସୁବର୍ଣ୍ଣପୁର ସହର । ହେଲେ ବିକାଶ ନାଁରେ ଆଜି ମରୁଭୂଇଁରେ ପରିଣତ ହୋଇଛି ସାରା ସହର । ତେବେ ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ସାରା ବ୍ୟାପକ ଚାରାରୋପଣ ଓ ଜଳ ସଂଚୟ କରିବାର ଆବଶ୍ୟକତା ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.