ETV Bharat / state

କାମିଆ ଜାନି ତାତି, ଗିରଫ କରିବାକୁ ସାମାଜିକ ସଂଗଠନର ଦାବି - ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବମାନନା

Sri Jagannath Sanskruti Suraksha Samiti demands strong action : ୟୁଟ୍ୟୁବର କାମିଆ ଜାନିଙ୍କ ବିବାଦୀୟ ଭିଡିଓକୁ ନେଇ ସୁବର୍ଣ୍ଣପୁରରେ ସାମାଜିକ ସଙ୍ଗଠନର ଗଣ ବିକ୍ଷୋଭ । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ଅଭିଯୋଗରେ କାମିଆ ଜାନିଙ୍କ ଗିରଫ ଦାବି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ କାମିଆ ଜାନି ତାତି , ଗିରଫ କରିବାକୁ ସାମାଜିକ ସଂଗଠନର ଦାବି

author img

By ETV Bharat Odisha Team

Published : Dec 26, 2023, 8:59 PM IST

ସୁବର୍ଣ୍ଣପୁରରେ କାମିଆ ଜାନି ତାତି , ଗିରଫ କରିବାକୁ ସାମାଜିକ ସଂଗଠନର ଦାବି

ସୁବର୍ଣ୍ଣପୁର : ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଆଜି ସହରର ବିଜୁ ପଟ୍ଟନାୟକ ଛକରେ ଗଣ ବିକ୍ଷୋଭ କରାଯାଇଛି । ଏହି ଗଣ ଆନ୍ଦୋଳନରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ଶାଖା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତା ମାନେ ଦୃଢ଼ ଭାବେ ସମର୍ଥନ କରି ସାମିଲ ହୋଇଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ଅଭିଯୋଗରେ ଏହି ଗଣ ବିକ୍ଷୋଭ କରାଯିବା ସହିତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା ,ଶ୍ରୀ ଜଗନ୍ନାଥ ପ୍ରେମୀ , ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକର୍ତା ତଥା ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ଆଦି ସାମିଲ ହୋଇଛନ୍ତି । ମଡେଲ ତଥା ସୋସିଆଲ ମିଡିଆ ଇନଫ୍ଲୁଏନସର ପରିଚୟ ଦେଉଥିବା ୟୁଟ୍ୟୁବର କାମିଆ ଜାନି ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବମାନନା କରି ଅଭଡ଼ା ପରୀକ୍ଷା କରିବା ଓ ଶ୍ରୀ ମନ୍ଦିର ଆଗରେ ଫଟୋ ଉତ୍ତୋଳନ କରାଇ ତାର ପ୍ରଚାର କରିବା ବିରୁଦ୍ଧରେ ଏହି ଆନ୍ଦୋଳନ କରାଯାଇଛି ।

ପୂର୍ବରୁ କାମିଆ ଗୋ ମାଂସ ଭକ୍ଷଣ କରି ଭିଡିଓ ଦୃଶ୍ୟ ଉତ୍ତୋଳନ କରି ନିଜକୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରିଥିବା ୟୁଟ୍ୟୁବର କେଉଁ ପରିସ୍ଥିତିରେ ଓ କିଭଳି ଶ୍ରୀ ଜଗନ୍ନାଥଙ୍କ ଅଭଡ଼ାକୁ ନେଇ ଏପରି ପ୍ରଚାର କରିଛି ତାର ବିରୁଦ୍ଧରେ ଆଜି ଶ୍ରୀ ଜଗନ୍ନାଥ ପ୍ରେମୀ ସମବେତ ହୋଇ ପ୍ରତିବାଦ କରିଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଦି କ୍ଷେତ୍ର ଓ ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ କାମିଆ ଜାନିଙ୍କ ଏହି କାର୍ଯ୍ୟକଳାପକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି । ତତ୍କାଳୀନ ଉତ୍କଳ ପ୍ରଦେଶର ରାଜଧାନୀ ଭାବେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ 196 ଗୋଟି ଶ୍ରୀ ଜଗନ୍ନାଥ ଓ ଦଧିବାମନଙ୍କ ମନ୍ଦିର ରହିଛି । ଶ୍ରୀ ଜଗନ୍ନାଥଙ୍କ ଉପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗଭୀର ବିଶ୍ୱାସ ରହିଛି । ତେବେ କାମିଆଙ୍କ ଏହି କାର୍ଯ୍ୟ କଳାପ ଜିଲ୍ଲାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ ... ମନ୍ଦିର ଜମିରେ ପାର୍କ ନିର୍ମାଣ ତେଜୁଛି ବିବାଦ, କ୍ଷତି ପୂରଣ ଦାବି କଲା ବିଜେପି

ଶ୍ରଦ୍ଧାଳୁ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏଭଳି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ଯେଉଁ ସମୟରେ ସାରା ବିଶ୍ୱରେ ଶ୍ରୀ ଜଗନ୍ନାଥଙ୍କ ଉପରେ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ବଢି ବଢି ଚାଲିଛି ସେହି ସମୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ମଳିନ କରିବାର ଏକ ପ୍ରୟାସ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରି ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ସଂସ୍କୃତିର ରକ୍ଷା କରନ୍ତୁ ନଚେତ ଆଗକୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସ୍ବେଚ୍ଛାସେବୀ ତଥା ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.