ସୁବର୍ଣ୍ଣପୁର: ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ । ପୁଅର ଠେଙ୍ଗା ମାଡ଼ରେ ବୃଦ୍ଧ ବାପାମାଆ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗ୍ରାମର ଶାଶ୍ବତ ଠେଲା ମଦ ପିଇ ଘରକୁ ଆସିଥିଲା । ମାଆ ସବିତା ଠେଲା ଗାଳି କରିବାରୁ ପ୍ରଥମେ ତାଙ୍କ ମୁଣ୍ଡରେ ଠେଙ୍ଗାରେ ଆକ୍ରମଣ କରିଥିଲା । ସବିତା ପ୍ରାଣ ବିକଳରେ ପାଟି କରିବାରୁ ବାପା ଜଗଦିଶ ପୁଅକୁ ମନା କରିଥିଲେ । ତେବେ ଜଗଦିଶଙ୍କୁ ମଧ୍ୟ ଶାଶ୍ବତ ଠେଙ୍ଗାରେ ମାଡ଼ ମାରିଥିଲା । ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ । ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ତୁରନ୍ତ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ଚିକିତ୍ସା ଜାରି ରହିଛି। ପୁଅ ଶାଶ୍ବତ ଘରୁ ଫେରାର ହୋଇଯାଇ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର