ETV Bharat / state

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ପରିବହନ ମନ୍ତ୍ରୀ - road safety awerness

ସୁବର୍ଣ୍ଣପୁରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲୋକଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନ କରିବା ସହ ପରିବହନ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

subarnapur
ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ପରିବହନ ମନ୍ତ୍ରୀ
author img

By

Published : Feb 3, 2021, 6:38 AM IST

ସୁବର୍ଣ୍ଣପୁର: ଜିଲ୍ଳା ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଛି । ବିଭାଗୀୟ ମନ୍ତ୍ରୀ ,ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ପରିବହନ ମନ୍ତ୍ରୀ

ଦିନକୁ ଦିନ ଦୁର୍ଘଟଣା କମିବା ବଦଳରେ ବଢ଼ି ଚାଲିଛି । ନୂଆଁ ପରିବହନ ନିୟମ ଲାଗୁ ହୋଇଛି । ରାଜସ୍ବ ବି ବେଶ ଆଦାୟ ହେଉଛି । ପରିବହନ ନିୟମ ଉଲ୍ଲଘଂନ କଲେ ଚାଲାଣ ବି କଟୁଛି । ଏପରିକି ଲକ୍ଷାଧିକ ଚାଲାଣ କଟିବା ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ହେଉଛି । ତେବେ ପରିବହନ ବିଭାଗ ଏତେ ସଚେତନ ଥାଇ ଲୋକଙ୍କୁ ସଚେତନ କରିବା ପରେ କଠୋର ପରିବହନ ନିୟମ ଲାଗୁ କଲେ ବି ସଡକ ଦୁର୍ଘଟଣାରେ ମୃତ୍ୟୁ ବଢୁଛି କାହିଁକି । ତେବେ ଦୋଷୀ କିଏ? ଏଥର ସଡକ ସୁରକ୍ଷା ମାସ ପାଳନ ଅବସରରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଛନ୍ତି।ତେବେ ଗତ 10 ମାସ ଭିତରେ 92ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ 62 ଜଣଙ୍କ ମୃତ୍ୟୁ ହୋଇଛି।

ସେପଟେ ସାଢ଼େ ସାତ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି।ତେବେ ଏଥର ବିଭାଗୀୟ ମନ୍ତ୍ରୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବହନ ନିୟମକୁ ପାଳନ କରିବା ପାଇଁ ଉଲୁଣ୍ଡା ଠାରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।ବିଭାଗୀୟ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସିତ ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.