ETV Bharat / state

କୋଟସମଳାଇରୁ ହରିହର ଯୋର ରାସ୍ତାର ଅବସ୍ଥା ଶୋଚନୀୟ

author img

By

Published : Feb 2, 2021, 4:05 PM IST

ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ରକୁ ଯିବାକୁ ଥିବା କୋଟସମଳାଇରୁ ହରିହର ଯୋରର ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ଫଳରେ ପର୍ଯ୍ୟଟନ ସ୍ଥଳକୁ ଯିବାକୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

road problem
କୋଟସମଳାଇରୁ ହରିହର ଯୋର ରାସ୍ତାର ଅବସ୍ଥା ଶୋଚନୀୟ

ସୁବର୍ଣ୍ଣପୁର: ଜିଲ୍ଲାରେ ପର୍ଯ୍ୟାପ୍ତ ପର୍ଯ୍ୟଟନୀୟ ଭିତ୍ତିଭୂମି ରହିଛି । ହଜାର ହଜାର ପର୍ଯ୍ୟଟକ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଆସୁଛନ୍ତି । ହେଲେ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଥିବାରୁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ ପୀଠ ପାତାଳି ଶ୍ରୀକ୍ଷେତ୍ର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପ୍ରତିଦିନ ଆସୁଛନ୍ତି । ଏଠାରୁ ପୁଣି ନିକଟସ୍ଥ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଆଡ଼କୁ ଯାଇ ଘେରାଏ ବୁଲି ଆସୁଛନ୍ତି । ହେଲେ ପାତାଳୀ ଶ୍ରୀକ୍ଷେତ୍ରରୁ ଡ୍ୟାମ ପର୍ଯ୍ୟନ୍ତ ପ୍ରାୟ 10 କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତାର ମେଟାଲ ବାହାରି ପଡିଥିବାବେଳେ ରାସ୍ତାସାରା ଖାଲ ଖମାର ପରିପୂର୍ଣ୍ଣ ହୋଇପଡିଛି । ଫଳରେ ଅଧିକାଂଶ ଲୋକ କେବଳ ପାତାଳୀ ଶ୍ରୀକ୍ଷେତ୍ରକୁ ଯାଇ ଫେରି ଆସୁଛନ୍ତି । ଆହୁରି ମଧ୍ୟ ଡ୍ୟାମ ଅଞ୍ଚଳର ଲୋକେ ଜିଲ୍ଲା ସଦର ମହକୁମା ତଥା ଉଲୁଣ୍ଡା ସହରକୁ ଆସିବା ପାଇଁ ଅନେକ କଷ୍ଟ ସ୍ବୀକାର କରୁଛନ୍ତି । ଯାହା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି ।

ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ଉନ୍ନତି କରଣ କରାଗଲେ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିବା ସହିତ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.