ସୁବର୍ଣ୍ଣପୁର: ପବିତ୍ର ଗୁରୁ ଦିବସରେ ଗୁରୁ ନାଁରେ ଲାଗିଛି କଳଙ୍କ । ଗୁରୁ ଜଣଙ୍କ ନାମରେ ଟିଉସନ ପଢାଉଥିବା ଛାତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ସଂପୃକ୍ତ ରସିକିଆ ଶିକ୍ଷକଙ୍କ ସହ ଜଣେ ସହଯୋଗୀ ଗିରଫ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ସୋନପୁର ସହରାଞ୍ଚଳରେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି । ପୀଡ଼ିତାଙ୍କ ଘରେ ଟିଉସନ କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।
ପୀଡିତା, ଟିଉସନ ଶିକ୍ଷକ ଓ ସହଯୋଗୀଙ୍କ ଡାକ୍ତରୀ ମାଇନା କରାଯାଇଛି । ଏନେଇ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ଶିକ୍ଷକ ସନ୍ତୋଷ ଶତପଥୀ ଏବଂ ସହଯୋଗୀ ଅଚ୍ୟୁତାନନ୍ଦ ମିଶ୍ରଙ୍କୁ ଗିରଫ କରିଛି । ଏହି ଘଟଣାକୁ ଗୁରୁତ୍ବର ଭାବେ ନେଇ ଅଧିକ ତଦନ୍ତ କରୁଛି ଟାଉନ ଥାନା ପୋଲିସ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ