ETV Bharat / state

ନିର୍ବାଚନ ପୂର୍ବରୁ ପ୍ରାର୍ଥୀ କିଣାବିକା ଗଣତନ୍ତ୍ର ପାଇଁ ବିପଦ: ରାଜନୈତିକ ସମୀକ୍ଷକ - ପଞ୍ଚାୟତ ନିର୍ବାଚନ 2022

ଆଉ ଦିନକ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ହେଲେ ଚଳିତ ନିର୍ବାଚନରେ କିଛି ସ୍ଥାନରେ ପ୍ରାର୍ଥୀମାନେ ଭୋଟରମାନଙ୍କ ପାଖକୁ ନ ଯାଇ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ କିଣା ଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁରର ଏକାଧିକ ପଞ୍ଚାୟତରୁ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ପ୍ରାର୍ଥୀ କିଣାବିକା ଗଣତନ୍ତ୍ର ପାଇଁ ବିପଦ : ରାଜନୈତିକ ସମୀକ୍ଷକ

author img

By

Published : Feb 14, 2022, 7:51 PM IST

ସୁବର୍ଣ୍ଣପୁର : ଆଉ ଦିନକ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ହେଲେ ଚଳିତ ନିର୍ବାଚନରେ କିଛି ସ୍ଥାନରେ ପ୍ରାର୍ଥୀମାନେ ଭୋଟରମାନଙ୍କ ପାଖକୁ ନ ଯାଇ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ କିଣା ଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁରର ଏକାଧିକ ପଞ୍ଚାୟତରୁ ।

ନିର୍ବାଚନ ପୂର୍ବରୁ ପ୍ରାର୍ଥୀ କିଣାବିକା ଗଣତନ୍ତ୍ର ପାଇଁ ବିପଦ : ରାଜନୈତିକ ସମୀକ୍ଷକ

ଫଳରେ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତରେ ବିଜୟ ଲାଭ କରୁଛନ୍ତି କିଛି ପ୍ରାର୍ଥୀ । ଯାହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ବିଶେଷକରି ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଏଭଳି ପ୍ରାର୍ଥୀ କିଣାବିକା ଚାଲିଛି ।

ଏହାବି ପଢନ୍ତୁ : Panchayat Election: ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ସବେତନ ଛୁଟି, ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

ଯାହାକୁ ପ୍ରମାଣ କରିବା ସେତେଟା ସହଜ ବି ନୁହେଁ । ତେବେ ଅନେକ ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦିତା କରି ନିଜେ କିଣା ହୋଇ ସାରିବା ପରେ ଧନୀକ ଶ୍ରେଣୀର ପ୍ରାର୍ଥୀଙ୍କ ସହିତ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏକା ଥରକେ ଦୁଇ ତିନୋଟି ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ ଗୋଟିଏ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ବୋଲି ମତ ପ୍ରକାଶ ପାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.