ETV Bharat / state

ଧ୍ବସାଂବିମୁଖୀ ଚୌହାନ ବଂଶର ଶେଷ କୀର୍ତ୍ତିରାଜୀ - ସୁବର୍ଣ୍ଣପୁର ସହର

ଧ୍ବସାଂବିମୁଖୀ ଚୌହାନ ବଂଶର ଶେଷ କୀର୍ତ୍ତିରାଜୀ । ଐତିହାସିକ ସହର ସୁବର୍ଣ୍ଣପୁରରରେ ଥିବା ରାଜପ୍ରାସାଦ ଏବେ ନିଶ୍ଚିହ୍ନ ହେବାକୁ ଯାଉଛି । ଦିନେ ଯେଉଁ ପ୍ରାସାଦ ସମଗ୍ର ଗଡଜାତକୁ ଶାସନ କରୁଥିଲା ଏବେ ସେହି ଗଡଜାତ ନିଜ ଅସ୍ତିତ୍ବର ସୁରକ୍ଷା ମାଗୁଛି । ପଢନ୍ତୁ ସଂପୂର୍ଣ୍ଣ ଖବର...

Odisha's Chuwan kingdom's
Odisha's Chuwan kingdom's
author img

By

Published : Jan 21, 2020, 5:53 PM IST

ସୁବର୍ଣ୍ଣପୁର: 56 ହଜାର ବସ୍ତିଵାସୀଙ୍କ ସହର ଓ ତତ୍କାଳୀନ ଗଡଜାତର ରାଜଧାନୀ ସୋନପୁର। ମହାନଦୀ କୂଳରେ ଗଢିଉଠିଥିଲା ସେଦିନର ରାଜପ୍ରାସାଦ। ଯେଉଁଠି ଗଙ୍ଗ, କଳଚୁରୀ, ତେଲେଗୁ ଚୋଡ ଓ ଚୌହାନ ଶାସକମାନେ ପ୍ରାୟ ଏକା ହଜାର ବର୍ଷ ଶାସନ କରିଛନ୍ତି। ରାଜତନ୍ତ୍ରର ବିଲୋପ ହେବା ବେଳକୁ ଚୌହାନ ଶାସକ ଏହି ଗଡଜାତରେ ଶାସନ କରୁଥିଲେ। ଚୌହାନ ରାଜାମାନେ ପ୍ରଜାବତ୍ସଳ ଥିଲେବି ଅନେକ ସମୟରେ ପ୍ରଜାମାନେ ରାଜତନ୍ତ୍ର ଆକ୍ରୋଶର ଶିକାର ହେଉଥିଲେ। ଯେଉଁଥି ପାଇଁ ଗଡଜାତରେ ଦେଖା ଦେଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ। ହେଲେ ଏବେ ଚୌହାନ ରାଜତ୍ବ ସିନା ଚାଲିଯାଇଛି । କିନ୍ତୁ ମୁକ ସାକ୍ଷୀ ଭାବେ ରହିଛି ଭଗ୍ନ ରାଜପ୍ରାସାଦ।

ଧ୍ବସଂ ଅପେକ୍ଷାରେ ଚୌହାନ ବଂଶର ଶେଷ କୀର୍ତ୍ତିରାଜୀ

ସୁବର୍ଣ୍ଣପୁର ସହର ମଧ୍ୟ ଭାଗରେ ମହାନଦୀ କୂଳରେ ରହିଛି ଗଡଜାତ ରାଜ୍ୟର ସୋନପୁର ରାଜପ୍ରାସାଦ। ପ୍ରାୟ ଅଢେଇ ଏକର ପରିମିତ ଜାଗାରେ ନିର୍ମିତ ହୋଇଛି ଏହି ରାଜପ୍ରାସାଦ । ଚୌହାନ ରାଜା ମଦନ ଗୋପାଳ ସିଂହଦେଓ ପୁରୁଣା ରାଜଉଆସକୁ ନୂତନ ରୂପ ଦେଇଥିଲେ। 1635 ମସିହାରେ ଭାଇ ଭାଗ ସ୍ବରୂପ ସୋନପୁର ଗଡଜାତ ରାଜ୍ୟ ମଦନ ଗୋପାଳ ପାଇବା ପରେ ସମ୍ବଲପୁରରୁ ଆସି ଏଠାରେ ଶାସନ କରିଥିଲେ। ତାଙ୍କ ପରେ 12 ଜଣ ଶାସକ ଏହି ରାଜ ଉଆସରେ ରହି ଗଡଜାତକୁ ଶାସନ କରିଛନ୍ତି। ଏହି ରାଜପ୍ରାସାଦରେ ରହିଥିଲା ବାଦଲ ମହଲ , ରାଣୀ ଉଆସ , ରାଣୀ ଅନ୍ତପୁର, ଯୁବରାଜ ମହଲ , ଅସ୍ତ୍ରାଗାର , କୋଷାଗାର, ପୌର ପରିଷଦ , କଚେରୀ ଓ ରାଜସ୍ବ କାର୍ଯ୍ୟାଳୟ। ରାଜପ୍ରାସାଦ ପଛରେ ଚାରି ଏକର ପରିମିତି ଜାଗାରେ ରହିଥିଲା ଏକ ସୁରମ୍ୟ ଉଦ୍ୟାନ। ଏହି ରାଜପ୍ରାସାଦ ତରଫରୁ ଅସଂଖ୍ୟ ଓଡିଆ ଭାଷା ଓ ସାହିତ୍ୟ ପ୍ରକାଶିତ ହୋଇ ଓଡିଆ ସାହିତ୍ୟକୁ ପରିପୃଷ୍ଟ କରିଥିଲା। ହେଲେ ରାଜତନ୍ତ୍ରର ବିଲୋପ ପରେ ସବୁକିଛି ଧ୍ବଂସ ସ୍ତୁପରେ ପରିଣତ ହୋଇଛି।

ଏହି ରାଜ ଉଆସରେ ରହିଥିଲା ଦେବୀ କନକ ଦୁର୍ଗାଙ୍କ ମନ୍ଦିର। ଯାହା ଏବେ ସହରବାସୀ ନୂତନ ଭାବେ ନିର୍ମାଣ କରିଛନ୍ତି। ସେହିପରି ରାଜପ୍ରାସାଦ ଭିତରେ ‘ଭିତିରି ଗୋପାଳଜୀ’ ଓ ବାହାରେ ‘ବାହାରି ଗୋପଳଜୀ’ ମନ୍ଦିର ରହିଥିଲା। ଭିତିରି ଗୋପାଳଜୀ ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଯାଇଥିବା ବେଳେ ବାହାରି ଗୋପାଳଜୀ ଏବେ ବି ପୂଜା ପାଉଛନ୍ତି। ଦରବାରରେ ଆଇନ ସହିତ ସାହିତ୍ୟ ଚର୍ଚ୍ଚା ହେଉଥିଲା। ଅନେକ ବାର ସହରବାସୀ ଏହି ରାଜପ୍ରାସାଦକୁ ସରକାର ହାତକୁ ନେଇ ପ୍ରଶାସନିକ କୋଠାରେ ପରିଣତ କରିବାକୁ ଦାବି କରିଛନ୍ତି। ହେଲେ ଦାବି ଦାବିରେ ହିଁ ରହି ଯାଇଛି। ପ୍ରାସାଦର କିଛି ଅଂଶ ଏବେ ଘରୋଇ ହାତକୁ ଚାଲି ଯାଇଥିବା ବେଳେ ଅବଶିଷ୍ଟ ଅଂଶର ସୁରକ୍ଷା ପାଇଁ ଦାବି ହେଉଛି।

ଚୌହାନ ଶାସନର କୀର୍ତ୍ତି ଏବେ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଯାହାବି ଗୋପାଳଜୀ ମନ୍ଦିର ରହିଛି ତାର ସୁରକ୍ଷା ଦେବା ଜରୁରୀ ହୋଇ ପଡିଛି। ତେବେ ସରକାର କେବେ କେଉଁଭଳି ଏହାକୁ ପୁନଃରୁଦ୍ଧାର କରୁଛନ୍ତି ନା ଏହାକୁ ସଂପୂର୍ଣ୍ଣ ଧ୍ବସଂ ହେବାକୁ ଦେଉଛନ୍ତି ତାକୁ ଅପେକ୍ଷା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

VIDEO

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.