ETV Bharat / state

ରୁଚିକାଙ୍କୁ ନ୍ୟାୟ ଦାବିରେ ସୁବର୍ଣ୍ଣପୁରରେ 12 ଘଣ୍ଟିଆ ବନ୍ଦ ପାଳନ - ରୁଚିକାଙ୍କୁ ନ୍ୟାୟ ଦାବିରେ ସୁବର୍ଣ୍ଣପୁରରେ ବନ୍ଦ ପାଳନ

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

strike observe in subarnapur
ରୁଚିକାଙ୍କୁ ନ୍ୟାୟ ଦାବିରେ ସୁବର୍ଣ୍ଣପୁରରେ 12 ଘଣ୍ଟିଆ ବନ୍ଦ ପାଳନ
author img

By

Published : Jul 19, 2022, 12:34 PM IST

ସୁବର୍ଣ୍ଣପୁର: ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବାସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସକାଳୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ପିକେଟିଂ କରି ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ, ସ୍କୁଲ କଲେଜ,ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରିଛନ୍ତି ।

ରୁଚିକାଙ୍କୁ ନ୍ୟାୟ ଦାବିରେ ସୁବର୍ଣ୍ଣପୁରରେ 12 ଘଣ୍ଟିଆ ବନ୍ଦ ପାଳନ

ସହରରେ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ସମସ୍ତ ପ୍ରବେଶ ପଥରେ ଆନ୍ଦୋଳନରତ କାର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ବିଶେଷକରି ନଳୀନୀ ଛକ, ବ୍ଳକ ଛକ ଓ ସ୍ପିନିଂ ମିଲ ପ୍ରବେଶ ପଥ ଅବରୋଧ ହୋଇଥିବା ଯୋଗୁଁ ଯାନ ବାହାନ ସବୁ ଅଟକି ରହିଛି । ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.