ETV Bharat / state

ଭିନ୍ନ ପରମ୍ପରାରେ ନୀଳାଦ୍ରି ବିଜେ କଲେ ମହାବାହୁ

ସମଗ୍ର ଜଗନ୍ନାଥ ସଂସ୍କୃତିର “ନୀଳାଦ୍ରି ବିଜେ” ବା ରତ୍ନ ସିଂହାସନକୁ ଫେରିବା ସମୟର ପାରମ୍ପରିକ ଲକ୍ଷ୍ମୀ-ନାରାୟଣ କଳିଗୀତର ମାଧୁର୍ଯ୍ୟ ନିଆରା ଆକର୍ଷଣ ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 16, 2019, 9:47 AM IST

ସୁବର୍ଣ୍ଣପୁର: ରଥଯାତ୍ରାରେ ରହିଛି ଅନେକ ଚିତ୍ର-ଚରିତ୍ର । ଯାତ୍ରାର ଆରମ୍ଭରୁ ଶେଷଯାଏ କେତେ କଥା, କେତେ କାହାଣୀ । ସମଗ୍ର ଜଗନ୍ନାଥ ସଂସ୍କୃତିର “ନୀଳାଦ୍ରି ବିଜେ” ବା ରତ୍ନ ସିଂହାସନକୁ ଫେରିବା ସମୟର ପାରମ୍ପରିକ ଲକ୍ଷ୍ମୀ-ନାରାୟଣ କଳିଗୀତର ମାଧୁର୍ଯ୍ୟ ନିଆରା ଆକର୍ଷଣ ରଖେ ଶ୍ରଦ୍ଧାଳୁଙ୍କ ପାଖରେ । ଆଉ ବୀରମହାରାଜପୁରର ଲୁତୁରପଙ୍କଠାରେ ଦଧିବାମନଙ୍କ ନୀଳାଦ୍ରି ବିଜେକୁ ଚାହିଁ ରହିଥାନ୍ତି ଲୋକେ । ମା’ ଲକ୍ଷ୍ମୀଙ୍କ ପକ୍ଷରୁ ମହିଳାମାନେ ପ୍ରତିନିଧିତ୍ବ କରି ଗୀତରେ ଗାଳିବର୍ଷା କରୁଥିବାବେଳେ ଜଗନ୍ନାଥଙ୍କ ତରଫରୁ ଉତ୍ତର ଦିଅନ୍ତି ପୁରୁଷମାନେ । ଏଇଠି ଦେଖିବାକୁ ମିଳେ ପରମ୍ପରାର ମହକ ଆଉ ଦୃଶ୍ୟରେ ଦୃଶ୍ୟରେ ଶ୍ରଦ୍ଧାଳୁଙ୍କୁ ମିଳେ ଭିନ୍ନ ସ୍ବାଦର ଉତ୍ସାହ ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

ଆଷାଢ଼ ଦିଅଁ ଜଗନ୍ନାଥ । ସବୁ ବିଚିତ୍ରତା ଭିତରେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତ ବେଶ ଆଶ୍ଚର୍ଯ୍ୟ ଲାଗେ । ସେ ପହଣ୍ଡି ହେଉ କି ଷାଠିଏ ପଉଟି ମଣୋହି ଓ ସୁଆଦିଆ ପୋଡ଼ପିଠା । ଆଉ ଏସବୁ ଭିତରେ ନୀଳାଦ୍ରି ବିଜେ ପରି ପରମ୍ପରା । ଯେଉଁଠି ସ୍ବୟଂ ଶ୍ରୀଜଗନ୍ନାଥ ସାମ୍ନା କରନ୍ତି ମା’ ଲକ୍ଷ୍ମୀଙ୍କର ରୁଷାଫୁଲା, ଅଭିମାନକୁ । ନଅଦିନର ଯାତ୍ରା ସାରି ଆସିଲାବେଳକୁ ଗମ୍ଭାରୀରେ କବାଟ କିଳା ହୋଇଛି । ରୁଷିଛନ୍ତି ନିଜେ ଦେବୀ ମା ଲକ୍ଷ୍ଣୀ ଠାକୁରାଣୀ। ଆଉ ନିରୁପାୟ ଜଗନ୍ନାଥ ବୁଝାଉ ଥାଆନ୍ତି ଗୀତରେ । ଆଉ ଏଇ ସାମାଜିକ ପ୍ରାଚୀନ ପରମ୍ପରାକୁ ଲୁତୁରପଙ୍କ ଗାଁଲୋକେ ଶହ ଶହ ବର୍ଷ ଧରି ଅକ୍ଷତ ରଖିଛନ୍ତି । ନାରୀମାନେ ଲକ୍ଷ୍ମୀଙ୍କ ପ୍ରତୀକରେ ଗୀତ ଗାଉଥିବାବେଳେ ପୁରୁଷମାନେ ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧିତ୍ବ କରୁଛନ୍ତି ।

ବାସ୍ତବରେ, ଆମ ଦିଅଁ ଆମ ସାମାଜିକ ଚଳଣୀର ମୂର୍ତିମନ୍ତ ପ୍ରତୀକ । ପତି-ପତ୍ନୀ ଭିତରେ ଥିବା ଅନନ୍ୟ ସଂପର୍କକୁ ଅବିକଳ ଉତାରି ପକାଇଛି ଏଇ ରଥଯାତ୍ରା । ଏଇ ଗାଁରେ ଥିବା ପରମ୍ପରା ଆଜି କି କାଲିର ନୁହେଁ , ଶହ-ଶହ ବର୍ଷର । ଯାହାକୁ ଶୁଣିବାକୁ ଓ ଦେଖିବାକୁ ବର୍ଷ ତମାମ ଚାହିଁ ରହିଥାନ୍ତି ଲୋକେ । ଧନ୍ୟ ହୁଅନ୍ତି ଭକତ । ଧନାଶ୍ରୀ ରାଗର କଳି ଗୀତରେ ଛୁଆଠୁ ବୁଢ଼ା-ବୁଢ଼ୀ ଯାଏଁ ଆକର୍ଷିତ ହୋଇଯାଆନ୍ତି । କେତେକ ଯାଗାରେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣୁଥିବାବେଳେ ବୀରମହାରାଜପୁରର ଏଇ ମଫସଲି ଗାଁ ଲୁତୁରପଙ୍କରେ ମହିଳାମାନେ ଲକ୍ଷ୍ମୀଙ୍କର ପ୍ରତିନିଧିତ୍ବ କରି ଆସୁଛନ୍ତି ନୀଳାଦ୍ରି ବିଜେରେ । ଶହଶହ ବର୍ଷର ପରମ୍ପରାରେ ନାରୀମାନଙ୍କର ସହଭାଗିତା ଯାତ୍ରାକୁ ଯେତେ ଆକର୍ଷିତ କରୁଛି ତା’ଠୁ ଅଧିକ ମହକ ରଖୁଛି ପାରମ୍ପରିକ କଳିଗୀତ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ରଥଯାତ୍ରାରେ ରହିଛି କେତେ ନା’ କେତେ ଚିତ୍ର – ଚରିତ୍ର । ଯାତ୍ରାର ଆରମ୍ଭରୁ ଶେଷଯାଏ କେତେ କଥା, କେତେ କାହାଣୀ । ସମଗ୍ର ଜଗନ୍ନାଥ ସଂସ୍କୃତିର “ନିଳାଦ୍ରି ବିଜେ” ବା ରତ୍ନ ସିଂହାସନକୁ ଫେରିବା ସମୟର ପାରମ୍ପରିକ ଲକ୍ଷ୍ମୀ-ନାରାୟଣ କଳିଗୀତର ମାଧୁର୍ଯ୍ୟ ନିଆରା ଆକର୍ଷଣ ରଖେ ଶ୍ରଦ୍ଧାଳୁଙ୍କ ପାଖରେ । ଆଉ, ବୀରମହାରାଜପୁରର ଲୁତୁରପଙ୍କଠାରେ ଦଧିବାମନଙ୍କ ନିଳାଦ୍ରି ବିଜେକୁ ଟାକି ରହିଥାନ୍ତି ଲୋକେ । ମା’ ଲକ୍ଷ୍ମୀଙ୍କ ପକ୍ଷରୁ ମହିଳାମାନେ ପ୍ରତିନିଧିତ୍ବ କରି ଗୀତରେ ଗୀତରେ ଗାଳିବର୍ଷା କରୁଥିବାବେଳେ ଜଗନ୍ନାଥଙ୍କ ତରଫରୁ ଉତ୍ତର ଦିଅନ୍ତି ପୁରୁଷମାନେ । ଏଇଠି ଦେଖିବାକୁ ମିଳେ ପରମ୍ପରାର ମହକ ଆଉ ଦୃଶ୍ୟରେ ଦୃଶ୍ୟରେ ଶ୍ରଦ୍ଧାଳୁଙ୍କୁ ମିଳେ ଅଲଗା ପ୍ରକାର ଉତ୍ସାହ ।Body:ଭିଓ-1-ଆଷାଢ଼ର ଦିଅଁ ଜଗନ୍ନାଥ । ସବୁ ବିଚିତ୍ରତା ଭିତରେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ ବେଶ ଆଶ୍ଚର୍ଯ୍ୟ ଲାଗେ । ସେ ପହଣ୍ଡି ହେଉ କି ଷାଠିଏ ପଉଟି ମଣୋହି ଓ ସୁଆଦିଆ ପୋଡ଼ପିଠା । ଆଉ ଏସବୁ ଭିତରେ ନିଳାଦ୍ରି ବିଜେ ପରି ପରମ୍ପରା । ଯେଉଁଠି ସ୍ବୟଂ ଶ୍ରୀଜଗନ୍ନାଥ ସାମ୍ନା କରନ୍ତି ମା’ ଲକ୍ଷ୍ମୀଙ୍କର ରୁଷାଫୁଲା, ଅଭିମାନକୁ । ନଅଦିନର ଯାତ୍ରା ସାରି ଆସିଲାବେଳକୁ ଗମ୍ଭୀରୀରେ କବାଟ କିଳା ହୋଇଛି । ରୁଷିଛନ୍ତି ନିଜେ ଦେବୀ ପ୍ରତିମା ମା ଲକ୍ଷ୍ଣୀ । କେତେ ଝିଙ୍ଘାସ, କେତେ ଗାଳି ଗୀତରେ ଗୀତରେ । ଆଉ ନିରୁପାୟ ଜଗନ୍ନାଥ ବୁଝାଉ ଥାଆନ୍ତି ଗୀତରେ । ଆଉ ଏଇ ସାମାଜିକ ପ୍ରାଚୀନ ପରମ୍ପରାକୁ ଲୁତୁରପଙ୍କ ଗାଁଲୋକେ ଶହ ଶହ ବର୍ଷ ଧରି ଅକ୍ଷତ ରଖିଛନ୍ତି । ନାରୀମାନେ ଲକ୍ଷ୍ମୀଙ୍କ ପ୍ରତୀକରେ ଗୀତ ଗାଉଥିବାବେଳେ ପୁରୁଷମାନେ ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧିତ୍ବ କରୁଛନ୍ତି ।ବାଇଟ1ସତ୍ୟ ମୋହନ ଦେଓ , ଆୟୋଜକ।
ବାଇଟ2ଆନନ୍ଦ ପ୍ରଧାନ, ଶ୍ରଦ୍ଧାଳୁ।
ଭିଓ-2-ବାସ୍ତବରେ, ଆମ ଦିଅଁ ଆମ ସାମାଜିକ ଚଳଣୀର ମୂର୍ତିମନ୍ତ ପ୍ରତୀକ । ପତି-ପତ୍ନୀ ଭିତରେ ଥିବା ଅନନ୍ୟ ସଂପର୍କକୁ ଅବିକଲ ଉତାରି ପକାଇଛି ଏଇ ରଥଯାତ୍ରା । ଏଇ ଗାଁରେ ଥିବା ପରମ୍ପରା ଆଜି କି କାଲିର ନୁହେଁ , ଶହ-ଶହ ବର୍ଷ ଆଗର । ଯାହାକୁ ଶୁଣିବାକୁ ଓ ଦେଖିବାକୁ ବର୍ଷ ତମାମ ଟାକି ରହିଥାନ୍ତି ଲୋକେ । ଧନ୍ୟ ହୁଅନ୍ତି ଭକତ । ଧନାଶ୍ରୀ ରାଗର କଳି ଗୀତରେ ଛୁଆଠୁ ବୁଢ଼ା-ବୁଢ଼ୀ ଯାଏଁ ଆକର୍ଷିତ ହୋଇଯାଆନ୍ତି । କେତେକ ଯାଗାରେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣୁଥିବାବେଳେ ବୀରମହାରାଜପୁରର ଏଇ ମଫସଲି ଗାଁ ଲୁତୁରପଙ୍କରେ ମହିଳାମାନେ ଲକ୍ଷ୍ମୀଙ୍କର ପ୍ରତିନିଧିତ୍ବ କରି ଆସୁଛନ୍ତି ନିଳାଦ୍ରି ବିଜେରେ । ଶହ ଶହ ବର୍ଷର ପରମ୍ପରାରେ ନାରୀମାନଙ୍କର ସହଭାଗିତା ଯାତ୍ରାକୁ ଯେତେ ରସାଣିତ କରୁଛି ତା’ଠୁ ଅଧିକ ମହକ ରଖୁଛି ପାରମ୍ପରିକ କଳିଗୀତ ।
ବାଇଟ୍-3-ହରିବନ୍ଧୁ ପଧାନ , ଶ୍ରଦ୍ଧାଳୁ, ଚଷମା ପିନ୍ଧିଥିବା ଲୋକ।
ବାଇଟ4-ମମତା ପ୍ରଧାନ, ଶ୍ରଦ୍ଧାଳୁ।Conclusion:ଫାଭିଓ- ସତରେ ଲୁତୁରପଂକର ଏହି ନିଳାଦ୍ରୀବିଜେ ଆଜିବି ବଜାୟ ରଖିଛି ଜଗନ୍ନାଥଙ୍କ ଏହି ମହାନ ସଂସ୍କୃତି ଓ ପରମ୍ପରାକୁ । ଯେଉଁଠି ଶ୍ରୀଦେବୀ ଲକ୍ଷ୍ଣୀ ଓ ଶ୍ରୀ ଜଗନ୍ନାଥଙ୍କ କଳିଗୀତର ପରଂପରା ଟାଣି ଆଣୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଏହି ପବିତ୍ର ପୀଠକୁ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.