ETV Bharat / state

ମଣ୍ଡିରେ ଭିଜୁଛି ଧାନ, ବିକିବା ପାଇଁ ଚାଷୀ ହନ୍ତସନ୍ତ

ଗତ ଦୁଇ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଫଳରେ ଥିବା ଧାନ ବର୍ଷାରେ ଭିଜୁଛି । ଜିଲ୍ଲାର ଧର୍ମଶାଳା ମଣ୍ଡିରେ ଚାଷୀ ତାର ବର୍ଷକର ଉତ୍ପାଦନକୁ ବିକ୍ରି କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି ।ଅଧିକ ପଢନ୍ତୁ...

mandi paddy damage
ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ
author img

By

Published : Feb 6, 2020, 2:57 PM IST

ସୁବର୍ଣ୍ଣପୁର: ଗତ ଦୁଇ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଫଳରେ ଥିବା ଧାନ ବର୍ଷାରେ ଭିଜୁଛି । ଜିଲ୍ଲାର ଧର୍ମଶାଳା ମଣ୍ଡିରେ ଚାଷୀ ତାର ବର୍ଷକର ଉତ୍ପାଦନକୁ ବିକ୍ରି କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି ।

ଏହି ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ କୁଇଣ୍ଟାଲ ଧାନ ପଡି ରହିଛି । ଅନେକ ଚାଷୀ ଏଯାଏଁ ଧାନ ବିକ୍ରି କରିବାକୁ ଟୋକନ ପାଇ ନାହାଁନ୍ତି । କିଛି ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଆସିଥିବା ଟୋକନ ସମୟ ସୀମା ଅବଧି ଶେଷ ହୋଇଥିବାବେଳେ ଆଉ ଟୋକନ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

କିଛି ଚାଷୀ ମଣ୍ଡି ଆରମ୍ଭରୁ ଟୋକନ ପାଇ ଧାନ ବିକ୍ରି କରି ପାରି ନ ଥିବାରୁ ଧାନ ସବୁ ନଷ୍ଟ ହେବାକୁ ବସିଲାଣି । ଟୋକନ ଥାଇ ମଧ୍ୟ ମିଲର ନ ଆସିବାରୁ ଅନେକ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନି । ଫଳରେ ଧାନ ବିକ୍ରି ନ ହୋଇ ପଡି ରହି ଦିନରାତି ଚାଷୀ ଜଗି ରହୁଥିବା ଅଭିଯୋଗ କରିଛନ୍ତି ।

ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ

କେବଳ ଧର୍ମଶାଳା ନୁହେଁ ଜିଲ୍ଲାରେ ହିଲୁଙ୍ଗ,ଉଫୁଲା ମଣ୍ଡିରେ ଦୀର୍ଘଦିନ ହେବ ଖୋଲା ଆକାଶ ତଳେ ଧାନ ପଡି ରହିଛି । ଦିନ ଦିନ ଧରି ପଡିରହିଥିବା ଧାନ ବର୍ଷାରେ ଓଦା ହୋଇ ଗଜା ହେବାକୁ ବସିଲାଣି । ନିଜର କଷ୍ଟ ଉପାର୍ଜିତ ଉତ୍ପାଦନକୁ ବିକ୍ରି କରିବାକୁ ଚାଷୀ ଅନେକ କଷ୍ଟ ସହିଲାଣି ।

ମିଲର ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ଚାଷୀକୂଳକୁ ହନ୍ତସନ୍ତ କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ଜିଲ୍ଲାର ବାହାର ମିଲରଙ୍କୁ ଯୋଗାଯୋଗ କରାଯାଇଛି । ଦିନେ ଦୁଇ ଦିନ ଭିତରେ ଧାନ ଉଠିଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଗତ ଦୁଇ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗିରହିଛି ।ଫଳରେ ମଣ୍ଡିରେ ଭିଜୁଛି ଧାନ । ଜିଲ୍ଲାର ଧର୍ମଶାଳା ମଣ୍ଡିରେ ଚାଷୀ ତାର ବର୍ଷକର ଉତ୍ପାଦନକୁ ବିକ୍ରି କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି ।ଏହି ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ କୁଇଣ୍ଟାଲ ଧାନ ପଡି ରହିଛି ।ଅନେକ ଚାଷୀ ଏଯାଏଁ ଧାନ ବିକ୍ରୀ କରିବାକୁ ଟୋକନ ପାଇ ନାହାନ୍ତି ।କିଛି ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଆସିଥିବା ଟୋକନ ସମୟ ସୀମା ଅବଧି ଶେଷ ହୋଇଥିବା ବେଳେ ଆଉ ଟୋକନ ଆସୁନଥିବା ଅଭିଯୋଗ କରିଛନ୍ତି । କିଛି ଚାଷୀ ମଣ୍ଡି ଆରମ୍ଭରୁ ଟୋକନ ପାଇ ଧାନ ବିକ୍ରି କରି ପାରି ନ ଥିବାରୁ ଧାନ ସବୁ ନଷ୍ଟ ହେବାକୁ ବସିଲାଣି । ଟୋକନ ଥାଇ ମଧ୍ୟ ମିଲର ନ ଆସିବାରୁ ଅନେକ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନି । ଫଳରେ ଧାନ ବିକ୍ରି ନ ହୋଇ ପଡି ରହି ଦିନ ରାତି ଚାଷୀ ଜଗି ରହୁଥିବା ଅଭିଯୋଗ କରିଛନ୍ତି ।Body:କେବଳ ଧର୍ମଶାଳା ନୂହେଁ ଜିଲ୍ଲାରେ ହିଲୁଙ୍ଗ,ଉଫୁଲା ମଣ୍ଡିରେ ଦୀର୍ଘ ଦିନ ହେବ ଖୋଲା ଆକାଶ ତଳେ ଧାନ ପଡି ରହିଛି ।ଦିନ ଦିନ ଧରି ପଡିରହିଥିବା ଧାନ ବର୍ଷାରେ ଓଦା ହୋଇ ଗଜା ହେଲାଣି । ନିଜର କଷ୍ଟ ଉପାର୍ଜିତ ଉତ୍ପାଦନକୁ ବିକ୍ରି କରିବାକୁ ଚାଷୀ ଅନେକ କଷ୍ଟ ସହିଲାଣି । ମିଲର ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ଚାଷିକୂଳକୁ ହନ୍ତସନ୍ତ କରିଥିବା ଅଭିଯୋଗ ହୋଇଛି ।ଅପରପକ୍ଷେ ଜିଲ୍ଲାର ବାହାର ମିଲରଙ୍କୁ ଯୋଗାଯୋଗ କରାଯାଇଛି ।ଦିନେ ଦୁଇ ଦିନ ଭିତରେ ଧାନ ଉଠିଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।Conclusion:ସୁବର୍ଣ୍ଣପୁର ରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual bytes with voice over.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.