ETV Bharat / state

ମମିତା ହତ୍ୟା ମାମଲା: ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ - Odisha Finance Minister

ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା: ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ

author img

By

Published : Oct 22, 2021, 5:18 PM IST

ସୁବର୍ଣ୍ଣପୁର: ଦିନକୁ ଦିନ ସଙ୍ଗୀନ ହେଉଛି କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଆଉ ମମିତାଙ୍କୁ ନ୍ୟାୟ ଦାବିରେ ଅଡି ବସିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ରାଜରାସ୍ତାକୁ ଓହ୍ଲାଇଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ।

ଆଉ ଏହି ଘଟଣାରେ ଅର୍ଥମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ନିରଞ୍ଜନ ପୂଜାରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ତେବେ ଭବାନୀ ପାଟଣା ସନସାଇନ ବିଦ୍ୟାଳୟର ପରିଚାଳକ ଗୋବିନ୍ଦ ସାହୁଙ୍କ ସହିତ ଘନିଷ୍ଠତା ଥିବା ତଥା ଗୋବିନ୍ଦ ସାହୁଙ୍କୁ ବିଜେଡି ନେତା ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଛି କଂଗ୍ରେସ। ତେବେ ମମିତା ମେହେରଙ୍କୁ ଜଘନ୍ୟ ଭାବେ ହତ୍ୟା କରି ତାକୁ ଗୋବିନ୍ଦ ସାହୁ ଷ୍ଟାଡିୟମ ଭିତରେ ପୋତି ଦେଇଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।

ମମିତା ହତ୍ୟା ମାମଲା: ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ସେପଟେ ଏହି ହତ୍ୟାକାଣ୍ଡ ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ହତ୍ୟାକାରୀକୁ ସହଯୋଗ କରୁଥିବା ଜିଲ୍ଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଦ୍ୟାଳୟରେ ରାତ୍ରୀ ଯାପନ କରୁଥିଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସ୍ଥାନୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ପଦବୀରୁ ଇସ୍ତାପା ଦେବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା ଦାବି କରିଛନ୍ତି । ଯଦି ଏ ଦିଗରେ ସରକାର କର୍ଣ୍ଣପାତ ନ କରନ୍ତି ତେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.