ETV Bharat / state

ଜମି ଦୁର୍ନୀତିର ମହାଖୁଲାସା ରିପୋର୍ଟ ନଂ-1, ଦସ୍ତଖତ କରୁଛନ୍ତି ମୃତବ୍ୟକ୍ତି - ସୁବର୍ଣ୍ଣପୁର

ତହସିଲ ଅଫିସରେ ଚାଲିଛି ଦଲାଲଗିରି, ଅଧିକାରୀ ପାଲଟିଛନ୍ତି ଦଲାଲ । ଜାଲିଆତି କରି ଜଣଙ୍କ ନାମରେ ଥିବା ରେକର୍ଡ ଜମିକୁ ଅନ୍ୟଜଣଙ୍କ ନାଁରେ କରିବା ପାଇଁ ହେଉଛି ମାଷ୍ଟର ପ୍ଲାନ । ଏମିତି କିଛି ଜମି ଜାଲିଆତିର ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 19, 2019, 4:12 PM IST

ସୁବର୍ଣ୍ଣପୁର: ତହସିଲ ଅଫିସରେ ଚାଲିଛି ଦଲାଲଗିରି, ଅଧିକାରୀ ପାଲଟିଛନ୍ତି ଦଲାଲ । ଦୁର୍ନୀତି ସହ ଚାଲିଛି କଳା କାରନାମା । ଜାଲିଆତି କରି ଜଣଙ୍କ ନାମରେ ଥିବା ରେକର୍ଡ ଜମିକୁ ଅନ୍ୟଜଣଙ୍କ ନାଁରେ କରିବା ପାଇଁ ହେଉଛି ମାଷ୍ଟର ପ୍ଲାନ । ସବୁ ଚାଲରେ ସକ୍ରିୟ ହେଉଛନ୍ତି ଅଧିକାରୀ । ରାତାରାତି କୋଟିକୋଟି ଟଙ୍କାର କଳା କାରବାର ଚାଲୁଛି ତହସିଲ ଛାତତଳେ । ଏମିତି କିଛି ଜମି ଜାଲିଆତିର ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବେଆଇନ ଭାବେ ରାଜସ୍ବ ନୀତିନିୟମର ଉଲଂଘନ କରି ତହସିଲ କର୍ମଚାରୀମାନେ ଜମି ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣିତ ହୋଇଛି । ଅଭିଯୋଗକାରୀଙ୍କ ଲିଖିତ ଏତଲା କ୍ରମେ ଜିଲ୍ଲା ପ୍ରଶାସନର ରାଜସ୍ବ କର୍ମଚାରୀମାନେ ଏହାର ତଦନ୍ତ କରି ଜମି ଦୁର୍ନୀତି କଥାକୁ ସ୍ବୀକାର ମଧ୍ୟ କରିଛନ୍ତି । ହେଲେ ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀ ଓ ପୂର୍ବତନ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି ।

ଘଟଣା କ୍ରମ ଏହିପରି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ନାଏକ ପାଲି ଗାଁରେ ମୃତକ ସ୍ବର୍ଗରୁ ଓହ୍ଲାଇ ଇଚ୍ଛାପତ୍ର ସ୍ବାକ୍ଷର କରୁଥିବା ପ୍ରମାଣ ଏହି ଖବରରୁ ମିଳୁଛି । ଗାଁର ମୈଥିଲୀ ପରମଗୁରୁ 02 ସେପଟେମ୍ବର 1996ରେ ପ୍ରାଣତ୍ୟାଗ କରିଥିଲେ । ହେଲେ ଇଚ୍ଛାପତ୍ରରେ 31 ଡିସେମ୍ବର 1998ରେ ସ୍ବାକ୍ଷର କରିଥିବା ପ୍ରମାଣ ରହିଛି ।

ମୃତକ ମୈଥିଲିଙ୍କ ନାଁରେ ନାଏକ ପାଲି ମୌଜାରେ 11 ଏକର 885 ଡିସିମିଲ ଜମି ଥିଲା । ହେଲେ ମୈଥିଲିଙ୍କ ଭାଇ ନାରାୟଣ ପ୍ରସାଦ ଜମିସବୁ ଜାଲ କାଗଜ ପତ୍ର ତିଆରି କରି ନିଜ ନାଁରେ କରିଥିବା ରେକର୍ଡ ରହିଛି । ଯାହା ରାଜସ୍ବ ଅଧିକାରୀମାନଙ୍କ ନଜରକୁ ଆସିଥିବା ବେଳେ ଏକଥା ପ୍ରମାଣିତ ହୋଇ ସାରିଛି । ସେତେବେଳେ ତହସିଲଦାରଙ୍କ ଠାରୁ ଆରମ୍ଭ କରି ରାଜସ୍ବ ନିରୀକ୍ଷକଙ୍କ ଯାଏଁ ଏହି ଜମି ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଜଣା ପଡିଛି । ଏବେ ଆନନ୍ଦ ପରମଗୁରୁ ନିଜ ଜମି ପାଇବାକୁ ପ୍ରଶାସନର ବିଭିନ୍ନ ରାଜସ୍ବ ଅଧିକାରୀଙ୍କ ସମେତ ପୋଲିସରେ ଏତାଲା ଦାୟର କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ରେକର୍ଡ ଅନୁସାରେ ଯଦି ମୈଥୀଲିଙ୍କ 1996ରେ ମୃତ୍ୟୁ ହୋଇଛି, ତେବେ କିଭଳି ମୃତ୍ୟୁର ଦୁଇ ବର୍ଷ ପରେ 1998ରେ ନିଜ ଭାଇ ନାରାୟଣଙ୍କ ନାଁରେ ଇଚ୍ଛାପତ୍ର ସ୍ବାକ୍ଷର କରିଛନ୍ତି । ଏହି ଘଟଣା ଆନନ୍ଦ ପରମଗୁରୁ ରାଜସ୍ବ ଅଧିକାରୀ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । ଏହାର ତଦନ୍ତ କରି ଉଭୟ ରାଜସ୍ବ ଓ ପୋଲିସ ବିଭାଗ ତଦନ୍ତ କରି ଜମି ଦୁର୍ନୀତି ହୋଇଥିବା କଥାଟିକୁ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ।

ବୀରମହାରାଜପୁର ପୋଲିସ ସେତେବେଳେ ତହସିଲଦାର ରବିନ୍ଦ୍ର ନାଥ ମଲ୍ଲ ,ନାରାୟଣ ପ୍ରସାଦ ନାୟକ ,ତହସିଲ କର୍ମଚାରୀ ନେପାଳ ଜଗଦଲା ,ଅମିନ ହରେକୃଷ୍ଣ ରାଉତ , ରାଜସ୍ବ ନିରୀକ୍ଷକ ଶୋଭା ବେହେରା ଆଦି 7 ଜଣଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରିଛି । ଜଣେ ନୁହେଁ ଏମିତି ଅନେକ ନିଜସ୍ବ ଜମି ହରେଇଥିବା ଲୋକ ପୋଲିସର ଆଶ୍ରୟ ନେଉଛନ୍ତି ।

ଖାଲି ଆନନ୍ଦ ପରମଗୁରୁ ନୁହଁନ୍ତି । ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ଏଭଳି ପ୍ରାୟ ତିନିଶହରୁ ଅଧିକ ଜମିମାଲିକଙ୍କ ଜମି ଜାଲ କାଗଜପତ୍ର ଜରିଆରେ ଭିନ୍ନ ଭିନ୍ନ ଲୋକ ହାତେଇ ନେଇଥିବା ରାଜସ୍ବ ଅଧିକାରୀଙ୍କ ତଦନ୍ତରୁ ସ୍ପଷ୍ଟ ହୋଇଛି । ଜମି ଦୁର୍ନିତିର ଆଉ ଏକ ଗୁମର ଆମେ ପରବର୍ତ୍ତି ରିପୋର୍ଟରେ ଉପସ୍ଥାପନ କରିବୁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.