ETV Bharat / state

ଡିସେମ୍ବର ୬ରୁ ସୁବର୍ଣ୍ଣପୁରରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ - ପରିବହନ ମନ୍ତ୍ରୀ

ଆସନ୍ତା ଡିସେମ୍ବର ୬ ତାରିଖରୁ ସୁବର୍ଣ୍ଣପୁରରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆସନ୍ତା ଡିସେମ୍ବର ୬ରୁ  ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ

author img

By

Published : Oct 30, 2021, 12:49 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ଆସନ୍ତା ଡିସେମ୍ବର ୬ ତାରିଖରୁ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ୧୦୩ ଗୋଟି କ୍ରୟ କେନ୍ଦ୍ର ଜରିଆରେ ଧାନ ସଂଗ୍ରହ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆସନ୍ତା ଡିସେମ୍ବର ୬ରୁ ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ

ଜିଲ୍ଲାରେ ଦୁଇ ଗୋଟି ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲି ଓ ବୀରମହାରାଜପୁରର କ୍ରୟ କେନ୍ଦ୍ର ସହିତ ଜିଲ୍ଲାର ୬୪ ଗୋଟି କୃଷି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୩ ହଜାର ୮୫୮ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ମଣ୍ଡି ଗୁଡିକରେ ଚାଷୀମାନଙ୍କ ପାଇଁ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ତରଫରୁ ଗତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଟୋକନ ସମସ୍ୟା ଓ ବିକ୍ରୟ ମୂଲ୍ୟ ପ୍ରଦାନ ଦିଗରେ ଧ୍ୟାନ ଦେବା ସହିତ ଚାଷୀ କିଭଳି ନିଜ ଉତ୍ପାଦିତ ଧାନ ସହଜ ଭାବେ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି କରି ପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଚାଷୀଙ୍କ ଉତ୍ପାଦିତ ଧାନ ସଂଗ୍ରହ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.