ETV Bharat / state

ହସ୍ପିଟାଲରେ ଖାଦ୍ୟ ବାଣ୍ଟିଲା କେଶରୀୟା ହିନ୍ଦୁ ବାହିନୀ - kesharia hindu bahini distribute food

ସପ୍ତାହନ୍ତ ସଟଡାଉନ ଯୋଗୁଁ ବଜାର ଘାଟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ହସ୍ପିଟାଲ ଗୁଡିକରେ ରୋଗୀଙ୍କ ସମ୍ପର୍କୀୟମାନେ ଖାଦ୍ୟ ମୁଠାଏ ପାଇଁ ନାନା ହଇରାଣ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଜଳଖିଆ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ..

ହସ୍ପିଟାଲରେ ଖାଦ୍ୟ ବାଣ୍ଟିଲା କେଶରୀୟା ହିନ୍ଦୁ ବାହିନୀ

author img

By

Published : May 29, 2021, 1:49 PM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ତାର କାୟା ମେଲାଇ ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ, ସଟଡାଉନ ଭଳି କଟକଣା ଲାଗୁ ହୋଇଛି । ସେହିପରି ମାସ୍କ ପିନ୍ଧିବା, ହାତ ଧୋଇବା, ଟିକା ନେବା, ସାମାଜିକ ଦୂରତ୍ବ ରକ୍ଷା ଆଦିକୁ ଗୁରୁତ୍ବ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଛି । ହେଲେ ଏହିସବୁ କଟକଣା ମଧ୍ୟରେ ସାଧାରଣ ଲୋକ ନାନା ହଇରାଣ ହେଉଛନ୍ତି ।

ହସ୍ପିଟାଲରେ ଖାଦ୍ୟ ବାଣ୍ଟିଲା କେଶରୀୟା ହିନ୍ଦୁ ବାହିନୀ

ବିଶେଷକରି ସପ୍ତାହନ୍ତ ସଟଡାଉନରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ମେଡିକାଲରେ ରୋଗୀମାନଙ୍କ ସମ୍ପର୍କୀୟ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଶାଖା ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ବଣ୍ଟନ କରାଯାଇଛି ।

ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ଏହି ସଂସ୍ଥାର କର୍ମକର୍ତ୍ତାମାନେ ସକାଳ ଜଳଖିଆ ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହାନ୍ତ ସଟଡାଉନ ସମୟରେ କରାଯିବ ଵୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ତେବେ ଲଡଡାଉନ ଓ ସଟଡାଉନ ଭଳି ଘଡିସନ୍ଧି ମୂହୁର୍ତ୍ତରେ କେଶରୀୟା ହିନ୍ଦୁ ବାହିନୀ ଭଳି ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.