ETV Bharat / state

ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳ ପାଲଟିଲା କି ସୋନପୁର ? ଜବତ ହେଉଛି ପୁଳାପୁଳା ଗଞ୍ଜେଇ - ଗଞ୍ଜେଇ ଚୋରାଚାଲାଣ

ସୁବର୍ଣ୍ଣପୁର ସହର ଦେଇ ପାଟଣାକୁ ହେଉଥିଲା ଗଞ୍ଜେଇ ଚାଲାଣ । ଚଢାଉ କରି 40 କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

huge quantity of cannabis seized from subarnapur

author img

By

Published : Feb 25, 2023, 4:25 PM IST

huge quantity of cannabis seized from subarnapur

ସୋନପୁର: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ନୂଆ ନୂଆ ପନ୍ଥା ଆପଣାଇ ସୋନପୁରରୁ ଅନ୍ୟ ରାଜ୍ୟକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରାଯାଉଛି । କେତେବେଳେ ଛତିଶଗଡ ତ ଆଉ କେତେବେଳେ ବିହାର । ଏନେଇ ଅବକାରୀ ବିଭାଗ ଧରପଗଡକୁ ଜୋରାଦାର କରିଥିବା ବେଳେ ପୁଳା ପୁଳା ଗଞ୍ଜେଇ ଜବତ କରୁଛି। ନିକଟରେ ଅବକାରୀ ବିଭାଗ 4କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ଆଜି ପୁଣି 40 କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏଥି ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସବଚନା ଅନୁଯାୟୀ, ଆଜି ବଡି ଭୋରରୁ ମନମୁଣ୍ଡା ଅଞ୍ଚଳରୁ ସୁବର୍ଣ୍ଣପୁର ସହର ପ୍ରବେଶ ପଥ ଦେଇ ପାଟଣାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର କର୍ମଚାରୀମାନେ ଏକ କେୟୁଭି କାରକୁ ପଟାଭାଡ଼ି ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡି ଡ୍ରାଇଭର ଅବକାରୀ କର୍ମଚାରୀଙ୍କୁ ଦେଖି ଗାଡି ନେଇ ସହର ଭିତରକୁ ପଳାଇଥିଲେ। ଏହାପରେ ଅବକାରୀ କର୍ମଚାରୀମାନେ ଗାଡ଼ିଟିକୁ ସହରର ପଟାଭାଡ଼ି ଛକରେ ଅଟକାଇବାକୁ ସକ୍ଷମ ହୋଇଥିଲେ ।

ଏହାପରେ ଦୁଇ ବେପାରୀ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହାପରେ ଗାଡି ଯାଞ୍ଚ କରିବାରୁ 40ଟି ଗଞ୍ଜେଇ ପ୍ୟାକେଟ ମିଳିଥିଲା। ଅବକାରୀ ବିଭାଗ ଦ୍ବାରା ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଛତିଶଗଡ଼ର ଚନ୍ଦନ କୁମାର ଓ ରାଜ ଯାଦବ ବୋଲି ଜଣାପଡିଛି । ଗଞ୍ଜେଇ ଚୋରାଚାଲାଣ ନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟ କେଉଁ ମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

ତେବେ ବିଭିନ୍ନ ସମୟରେ ବୌଦ୍ଧ ଜିଲ୍ଲା ଶଗଡା ,କଣ୍ଟାମାଲ, ବାଉଁଶୁଣି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। କିନ୍ତୁ ଅନେକ ସମୟରେଅବକାରୀ ବିଭାଗ ଏହି ଚୋରାଚାଲାଣ ରୋକିବାରେ ବିଫଳ ହେଉଛି । ଗତ 23 ତାରିଖ ଦିନ ଅବକାରୀ ବିଭାଗର କର୍ମଚାରୀ ମାନେ ଏକ ଆମ୍ବୁଲାନ୍ସକୁ ସନ୍ଦେହ କରି ସହରର ପ୍ରବେଶ ପଥ କୁଞ୍ଜ ହୋଟେଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ନେଇ ଦ୍ରୁତ ବେଗରେ ସହର ଭିତରକୁ ଯାଉଥିଲା । ଶେଷରେ ଅବକାରୀ ବିଭାଗ ଆମ୍ବୁଲାନ୍ସଟିକୁ ପିଛା କରି ସହରର ବ୍ଳକ ଛକରେ ଅଟକାଇଥିଲା । ଏହାପରେ ଡ୍ରାଇଭର ଜଣଙ୍କ ଗାଡିରୁ ଓହ୍ଲାଇ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ କର୍ମଚାରୀ ମାନେ ତାକୁ କାବୁ କରିବାରେ ସଫଳ ହୋଇଥିଲା। ଗାଡି ଯାଞ୍ଚ କରାଯାଇବାରୁ 4 କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.