ETV Bharat / state

ଆମ୍ବୁଲାନ୍ସରୁ 4 କ୍ବିଣ୍ଟାଲ ଗଞ୍ଜେଇ ଜବତ, ଛତିଶଗଡକୁ ହେଉଥିଲା ଚାଲାଣ - ଗଞ୍ଜେଇ ଚୋରାଚାଲାଣ

ସୋନପୁରରୁ ଛତିଶଗଡକୁ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ଆମ୍ବୁଲାନ୍ସରୁ 4 କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

huge quantity of cannabis seized from subarnapur

author img

By

Published : Feb 23, 2023, 10:52 AM IST

huge quantity of cannabis seized from subarnapur

ସୁବର୍ଣ୍ଣପୁର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବେଆଇନ ଗଞ୍ଜେଇ ଚୋରାଚାଲାଣ । ନୂଆ ନୂଆ ପନ୍ଥା ଆପଣାଇ ଓଡିଶାରୁ ଅନ୍ୟ ରାଜ୍ୟକୁ ହେଉଛି ଗଞ୍ଜେଇ ଚାଲାଣ । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ସମୟରେ ମାଡିବସିଲା ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ସୁବର୍ଣ୍ଣପୁର ସହର ଦେଇ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର ଚଢାଉ କରି ଚାରି କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଅବକାରୀ ବିଭାଗର କର୍ମଚାରୀ ମାନେ ଏକ ଆମ୍ବୁଲାନ୍ସକୁ ସନ୍ଦେହ କରି ସହରର ପ୍ରବେଶ ପଥ କୁଞ୍ଜ ହୋଟେଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତ ବେଗରେ ଆମ୍ବୁଲାନ୍ସ ନେଇ ସହର ଭିତରକୁ ଯାଉଥିଲା । ଶେଷରେ ଅବକାରୀ ବିଭାଗ ଆମ୍ବୁଲାନ୍ସଟିକୁ ପିଛା କରି ସହରର ବ୍ଳକ ଛକରେ ଅଟକାଇବାରେ ସକ୍ଷମ ହୋଇଥିଲା । ଏହାପରେ ଡ୍ରାଇଭର ଜଣଙ୍କ ଗାଡିରୁ ଓହ୍ଲାଇ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ କର୍ମଚାରୀ ମାନେ ତାକୁ କାବୁ କରି ଗାଡିକୁ ଯାଞ୍ଚ କରିଥିଲେ ।

ଏହି ସମୟରେ ଗାଡି ମଧ୍ୟରୁ 420ଟି ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ଯେଉଁଥିରୁ ପ୍ରାୟ ଚାରି କ୍ବିଣ୍ଟାଲ କୋଡିଏ କେଜି ଗଞ୍ଜେଇ ରହିଥିବା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି । ବିଭିନ୍ନ ସମୟର ବୌଦ୍ଧ ଜିଲ୍ଲା ଶଗଡା ,କଣ୍ଟାମାଳ ଓ ବାଉଁଶୁଣି ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏହି ଚୋରାଚାଲାଣ ରୋକିବାରେ ବିଫଳ ହେଉଥିବା ବେଳେ ଆଜି ସଫଳ ହୋଇଛି।

ଅବକାରୀ ବିଭାଗ ଦ୍ବାରା ଗିରଫ ଡ୍ରାଇଭର ଛତିଶଗଡ ତେଲିବନ୍ଦ ଗାଁର ଉପେନ୍ଦ୍ର ସାହୁ ବୋଲି ଜଣାପଡିଛି । ଗଞ୍ଜେଇ ଚୋରାଚାଲାଣ ନେଇ ପୋଲିସ ଏକ ମାମଲା ରୁଜୁ କରି ଏହି ଆଉ କେଉଁ ମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

ଏନେଇ ଅବକାରୀ ଅଧିକ୍ଷକ ସୁନୀତା ତ୍ରିପାଠୀ କହିଛନ୍ତି ଯେ, ''ଏକ ଆମ୍ବୁଲାନ୍ସରେ ଛତିଶଗଡକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା । ସନ୍ଦେହ କରି ଆମ୍ବୁଲାନ୍ସକୁ ଯେତେବେଳେ ଆମେ ଅଟକାଇବାକୁ ଚେଷ୍ଟା କଲୁ ସେହି ସମୟରେ ଡ୍ରାଇଭର ଜଣଙ୍କ ଖସି ପଳାଇବାକୁ ଚେଷ୍ଟା କରୁଥିଲା । ଏହାପରେ ତାକୁ କାବୁ କରାଯାଇ ପରିଚୟ ପଚାରିଥିଲା ଅବକାରୀ ବିଭାଗ । ମନମୁଣ୍ଡାରୁ ଗଞ୍ଜେଇ ଆଣି ଛତିଶଗଡକୁ ଚାଲାଣ ହେଉଥିବା ଅଭିଯୁକ୍ତ ଜଣଙ୍କ କହିଥିଲା । ଗାଡିରୁ ଯାଞ୍ଚ ପରେ 420ଟି ପ୍ୟାକେଟ ବାହାରି ଥିଲା । ଯେଉଁଥିରେ ଏକ କେଜି ଲେଖାଏଁ ଗଞ୍ଜେଇ ରହିଥିଲା। ''

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.