ETV Bharat / state

ଅନ୍ୟମାନଙ୍କ ପାଇଁ ଉଦାହରଣ, ସ୍ବଚ୍ଛତାର ବାର୍ତ୍ତା ଦେଉଛନ୍ତି ଅସହାୟ ବୃଦ୍ଧା

author img

By

Published : Jan 18, 2023, 4:35 PM IST

ସ୍ବଚ୍ଛ ଓ ପରିଷ୍କାର ରହିବା ପାଇଁ ଅନବରତ ପ୍ରୟାସ । ରାସ୍ତାରେ ଟିକେ ବି କାଗଜ ପଡିଗଲେ ଝାଡୁ କରି ସଫା କରିଦିଅନ୍ତି । ଅଧିକ ପଢ଼ନ୍ତୁ

Dumb lady
ମୂକ ମାଉସୀ
ମୂକ ମାଉସୀ

ସୁବର୍ଣ୍ଣପୁର: ସ୍ୱଚ୍ଛତା କାହାକୁ ବା ଭଲ ନ ଲାଗେ । ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ପ୍ରତ୍ୟେକଙ୍କୁ ଦାୟିତ୍ବବାନ ହେବା ନିତାନ୍ତ ଆବଶ୍ୟକ । ଏଥିପାଇଁ କିଏ ନିଜେ ଶ୍ରମ କରେ ତ କିଏ ଆଉ କାହା ମାଧ୍ୟମରେ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ । କିନ୍ତୁ ସୁବର୍ଣ୍ଣପୁର ସହରେ ବିନା ସ୍ବାର୍ଥରେ ପରିବେଶ ପରିମଳ ଦାୟିତ୍ବ ନେଇଛନ୍ତି ଜଣେ ଅସହାୟ ବୃଦ୍ଧା । ସ୍ଥାନୀୟ ଅଞ୍ଚଳରେ ସେ ମୂକ ମାଉସୀ ନାମରେ ଜଣାଶୁଣା ଥିବା ବେଳେ ଗତ ଏକ ଦଶନ୍ଧୀ ହେଲା ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରି ଆସୁଛନ୍ତି ।

ସୁବର୍ଣ୍ଣପୁରରେ ସ୍ଵଚ୍ଛତାର ଦୂତ ସାଜିଛନ୍ତି ମୂକ ମାଉସୀ । ଆଜିକୁ ପ୍ରାୟ ଏକ ଦଶନ୍ଧି ହେଲା ମୂକ ମାଉସୀ ନିଜ ପରିବେଶକୁ ସ୍ଵଚ୍ଛ ରଖିବାରେ ସଫଳ ହୋଇଛନ୍ତି । ସହରର ବ୍ଲକ ଛକ ଅଞ୍ଚଳରେ ଏକ ଛୋଟିଆ ଝାଡୁ ଧରି ପରିବେଶକୁ ସ୍ୱଚ୍ଛ ରଖିବାରେ ନିଜ ଶ୍ରମ ଦାନ କରି ଚାଲିଛନ୍ତି ଅସହାୟ ବୃଦ୍ଧା । ଲୋକେ ବେପରୁଆ ଭାବରେ ଆବର୍ଜନା ରାସ୍ତା ଘାଟରେ ପକାଇ ଚାଲିଛନ୍ତି । ସେପଟେ ମୂକ ମାଉସୀ ସହରରେ ସଫେଇ କରି ଚାଲିଛନ୍ତି ।

ବୃଦ୍ଧାଙ୍କ ଯୋଗୁଁ ସହରର ବ୍ଲକ ଅଞ୍ଚଳ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ହୋଇଥିବାର ଦେଖିବାକୁ ମିଳେ । ରାସ୍ତାଘାଟର ସବୁ ଆବର୍ଜନା ଆଣି ଗୋଟିଏ ଯାଗାରେ ଠୁଳ କରନ୍ତି । ପୌରପରିଷଦର ସଫେଇ କର୍ମଚାରୀ ଆସି ଆବର୍ଜନା ତକ ନେଇ ଯାଆନ୍ତି । କଦଳୀ ଚୋପା, ଜଳଖିଆ ଖିଆ ଅଇଁଠା ଦନାରୁ ଆରମ୍ଭ କରି ଚକୋଲେଟର ଜରି ଯାଏଁ ସବୁ ସଫା କରି ଗୋଟିଏ ଯାଗାରେ ଠୁଳ କରନ୍ତି ମୂକ ମାଉସୀ ।

ଏହି ସ୍ୱଚ୍ଛତାର ଦୂତ ମହିଳା ଜଣଙ୍କୁ ଲୋକେ ମୂକ ମାଉସୀ କହିବାର ମଧ୍ୟ କାରଣ ରହିଛି, ପରିଣତ ବୟସରେ ପହଞ୍ଚିଥିବା ଏହି ମାଉସୀ ଜଣକ ନିଶ୍ଚିତ ଓଡ଼ିଆ ନୁହନ୍ତି । ସେ କାହା ପ୍ରଶ୍ନର କିଛି ବି ଉତ୍ତର ଆଜିଯାଏଁ ଦେଇ ନାହାଁନ୍ତି । ବୋଧେ ସେ ଓଡ଼ିଆ ବୁଝି ପାରନ୍ତି ନାହିଁ । ହେଲେ ଜଣେ ଭାବ ଭଙ୍ଗୀରେ କିଛି କହିଲେ ସେ ବୁଝି ପାରନ୍ତି । ପ୍ରକୃତରେ ସେ ମୂକ ନୁହନ୍ତି। କାହାର ପ୍ରଶ୍ନର ଉତ୍ତର ସେ ଦେଉ ନଥିବାରୁ ତାକୁ ଅନେକ ମୂକ ମାଉସୀ ତ କେହି କେହି ବାଉରି ମାଉସୀ ବୋଲି ମଧ୍ୟ କୁହନ୍ତି।

ସେ ପରିବେଶକୁ ସ୍ଵଛ ରଖିବା ସମୟରେ ଗୁଣୁଗୁଣୁ ହୋଇ କେବେକେବେ ଗୀତ ବୋଲୁଥାନ୍ତି ତ କେତେବେଳେ ଏକାଏକା କଥା ହୁଅନ୍ତି । ହେଲେ ପାହାନ୍ତିଆ ପହରରୁ ରାତି ପ୍ରାୟ 10ଟା ଯାଏଁ ଅକ୍ଲାନ୍ତ ପରିଶ୍ରମ କରି ସାରା ବ୍ଲକ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି । ସ୍ଥାନୀୟ ହୋଟେଲ ଓ ଠେଲା ଦୋକାନୀମାନେ ଯାହାକିଛି ଦେଲେ ଖାଇ ଦେଇ ପରିବେଶ ସ୍ଵଚ୍ଛ ରଖିବା କାର୍ଯ୍ୟରେପୁଣି ଲାଗି ପଡନ୍ତି । ଛକରେ ଥିବା କୃଷକ ବିଶ୍ରାମାଗାରରେ ଦୈନନ୍ଦିନ ବ୍ୟବହାର ପାଇଁ ରଖିଥିବା କିଛି ସାମଗ୍ରୀ ସହ ରାତ୍ରିଯାପନ କରନ୍ତି ।

ଶୀତ, ବର୍ଷା, ଖରାକୁ ଖାତିର ନକରି ସମାଜ ପାଇଁ ଶ୍ରମ ଦାନ କରି ଚାଲିଛନ୍ତି ମୂକ ମାଉସୀ । ନୁଖୁରା ମୁଣ୍ଡରେ କେବେ ତେଲ ମାରି ନଥିବା ମନେ ହୁଏ । ଖାଇବାକୁ କେହି ଦେଲେ ହାତକୁ ଧୋଇ ରାସ୍ତା କଡରେ ବସି ଖାଇବା ତକ ଖାଇ ଦେଇ ପୁଣି ଝାଡୁ ଧରି ଚାଲି ଯାଆନ୍ତି ନିଜ କର୍ମରେ । ସଭିଏଁ ଦେଖନ୍ତି ମୂକ ମାଉସୀର ଏଇ ମହତ କାର୍ଯ୍ୟକୁ । ହେଲେ ଏଇ ମହତ କାର୍ଯ୍ୟ କରୁଥିବା ସ୍ୱଚ୍ଛତାର ଦୂତ ମୂକ ମାଉସୀ କେବେ ଚର୍ଚ୍ଚାକୁ ଆସି ନାହାଁନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.