ETV Bharat / state

ଷ୍ଟେଟ୍ ବ୍ୟାଙ୍କରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ପୋଡିଜଳି ନଷ୍ଟ । ଅଧିକ ପଢନ୍ତୁ

ଷ୍ଟେଟ୍ ବ୍ୟାଙ୍କରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
ଷ୍ଟେଟ୍ ବ୍ୟାଙ୍କରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
author img

By

Published : Feb 2, 2022, 10:28 AM IST

ସୁବର୍ଣ୍ଣପୁର: ଜଳିଲା ଷ୍ଟେଟ୍ ବ୍ୟାଙ୍କ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ପୋଡି ପାଉଁଶ ହୋଇଯାଇଛି । ଲକ୍ଷାଧିକ ଟଙ୍କାର ବ୍ୟାଙ୍କ୍ ସମ୍ପତ୍ତି ମଧ୍ୟ ପୋଡି ପାଉଁଶ ହୋଇଛି । ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି ।

ଷ୍ଟେଟ୍ ବ୍ୟାଙ୍କରେ ଲାଗିଲା ନିଆଁ

ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଷ୍ଟେଟ୍ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବାର ଜଣେ ସିକୁରିଟି ଗାର୍ଡ ଦେଖିବାକୁ ପାଇଥିଲେ । ଏନେଇ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଶାଖା କର୍ତ୍ତୃପକ୍ଷ ତୁରନ୍ତ ଆସି ଅଗ୍ନିଶମ ବିଭାଗକୁ ଜଣାଇଥିଲେ । କିଛି ସମୟ ମଧ୍ୟରେ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ସର୍ଟସର୍କିଟରୁ ନିଆଁ ଲାଗି ପ୍ରଥମେ ରେକର୍ଡ ରୁମ ଓ ପରେ ଅନ୍ୟ କୋଠରୀକୁ ବ୍ୟାପି ଯାଇଥିଲା । ଫଳରେ ଅନେକ ମୂଲ୍ୟବାନ କାଗଜପତ୍ର ସହ ତିନୋଟି ଏସି, କମ୍ପ୍ୟୁଟର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି । ପୋଲିସ ଓ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.