ସୁବର୍ଣ୍ଣପୁର: ଧାନ ବିକ୍ରି ସମସ୍ୟାକୁ(paddy sales issue) ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ(Finance Minister Niranjan Pujari) ଘେରିଲେ ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ତରଭାର ୫ଟି ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କୁ ଘେରିଥିଲେ ଚାଷୀ । ମରାଡୁଗୋଚ୍ଛା ମଣ୍ଡିରେ ଟୋକନ ସମସ୍ୟା ସହ ଧାନ ଠିକ ଭାବରେ ବିକ୍ରି ହେଉ ନ ଥିବାରୁ ଚାଷୀମାନେ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାସହ କଟନୀ ଛଟନୀ ସହ ମିଲରମାନେ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଏନେଇ ମନ୍ତ୍ରୀ ମିଲରମାନଙ୍କୁ ଫୋନରେ ତାଗିଦ କରିଥିବା ଭିଡିଓ ଭାଇରାଲ ହେଉଛି । କଟନୀ ଛଟନୀ କଲେ ମିଲରମାନଙ୍କୁ ଜେଲରେ ଭର୍ତ୍ତି କରିବେ ବୋଲି ମନ୍ତ୍ରୀ ଚାଷୀମାନଙ୍କୁ କହିଛନ୍ତି । ତେବେ ମନ୍ତ୍ରୀଙ୍କ ତାଗିଦ କେତେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ