ETV Bharat / state

କାଳିଆ ଯୋଜନାରୁ ବଞ୍ଚିତ ଚାଷୀ - farmers away from kalia yojana

ସୁବର୍ଣ୍ଣପୁର କଳାପଥର ପଞ୍ଚାୟତର କିଛି ଚାଷୀ କାଳିଆ ଯୋଜନାର ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

କାଳିଆ ଯୋଜନାରୁ ବଞ୍ଚିତ ଚାଷୀ
କାଳିଆ ଯୋଜନାରୁ ବଞ୍ଚିତ ଚାଷୀ
author img

By

Published : Nov 3, 2020, 9:00 AM IST

ସୁବର୍ଣ୍ଣପୁର: ସରକାରୀ ସୁବିଧା ଓ ଯୋଜନା ଠାରୁ ଦୂରରେ ଯୋଗ୍ୟ ହିତାଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ କଳାପଥର ପଞ୍ଚାୟତର କେତେକ ଚାଷୀ କିଛି ତ୍ରୁଟି ଯୋଗୁଁ କାଳିଆ ଯୋଜନାର ସୁଫଳ ପାଉ ନାହାନ୍ତି । ଚାଷୀମାନେ ବ୍ୟାଙ୍କ କର୍ତ୍ତୃପକ୍ଷ, ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମ୍ପାଦକଙ୍କୁ ଅଭିଯୋଗ କରିବା ପରେ ବି ତ୍ରୁଟି ସଂଶୋଧନ କରାଯାଉ ନାହିଁ । ଏଣୁ କ୍ଷତିଗ୍ରସ୍ତ ଚାଷୀମାନେ ସୋମବାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାକ୍ଷାତ କରି ତ୍ରୁଟି ସଂଶୋଧନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

କାଳିଆ ଯୋଜନାରୁ ବଞ୍ଚିତ ଚାଷୀ

ସୂଚନାଯୋଗ୍ୟ, କାଳିଆ ଯୋଜନା ଆରମ୍ଭରେ ଚାଷୀମାନେ ନିଜର ବ୍ୟକ୍ତିଗତ ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ସହିତ ଆବଶ୍ୟକ ଭୂସମ୍ପତ୍ତି ପଟ୍ଟାର ନକଲ ପ୍ରଦାନ କରିଥିଲେ । ହେଲେ କୌଣସି କାରଣରୁ କେତେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଆର୍ଥିକ ସହାୟତା ରାଶି ନ ଯାଇ ଅନ୍ୟ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି । ଏଣୁ କିଛି ଋଣୀ ଛୋଟ ଚାଷୀ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଚାଷୀମାନେ ପଞ୍ଚାୟତର ସରପଞ୍ଚ ଓ ସମ୍ପାଦକଙ୍କୁ ଅଭିଯୋଗ କରିବା ପରେ ବି ଭୁଲ ସଂଶୋଧନ କରାଯାଉ ନାହିଁ । ଫଳରେ ଚାଷୀମାନେ ସରକାରୀ କୃଷି ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଚାଷୀ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାକ୍ଷାତ କରି ତ୍ରୁଟି ସଂଶୋଧନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.