ETV Bharat / state

ବିଗ୍ରହମାନଙ୍କ ଆଭୂଷଣ ପ୍ରତି ଯତ୍ନବାନ ନୁହେଁ ଦେବୋତ୍ତର ବିଭାଗ, ଅଭିଯୋଗ ଆଣିଲେ ସହରବାସୀ

ବିଗ୍ରହମାନଙ୍କ ସୁନା ଓ ରୂପା ଆଭୂଷଣ ପୁରୁଣା କୋଷାଗାରରେ ରଖାଯିବା ନେଇ ତେଜିଲା ଆସନ୍ତୋଷ । ବିଭିନ୍ନ ପର୍ବ ପର୍ବାଣୀରେ ଠିକ ସମୟରେ ପ୍ରଦାନ କରିବା ସହିତ ଏହାକୁ ସୁରକ୍ଷା ଦେବା ପାଇଁ ଦାବି । ଅଧିକ ପଢ଼ନ୍ତୁ

author img

By

Published : Jun 19, 2023, 4:31 PM IST

ଅସୁରକ୍ଷିତ ଅବସ୍ଥାରେ ରହିଛି ବିଗ୍ରହଙ୍କ ଆଭୂଷଣ

ସୁବର୍ଣ୍ଣପୁର: କାଲି ବିଶ୍ବପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବେଶ ଧୁମଧାମରେ ପାଳିତ ହେବ ଏହି ପର୍ବ । ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସୁବର୍ଣ୍ଣପୁର । ବିଗ୍ରହମାନଙ୍କ ସୁନା ଓ ରୂପା ଆଭୂଷଣ ଜିଲ୍ଲା କୋଷାଗାରର ରତ୍ନ ଭଣ୍ଡାରରୁ ବାହାର କରାଯାଇଛି । ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ନିର୍ଦ୍ଦେଶ ମିଳିବା ପରେ ଦେବୋତ୍ତର ମ୍ୟାନେଜର ସେବାୟତମାନଙ୍କୁ ବିଭିନ୍ନ ପ୍ରକାରର ସୁନା ଓ ରୂପା ଆଭୂଷଣ ପ୍ରଦାନ କରିଛନ୍ତି । ତେବେ ରାଜା ରାଜୁଡା ଅମଳରୁ ସହରର ଦେବାଦେବୀଙ୍କ ପାଇଁ ବିପୁଳ ପରିମାଣର ସୁନା ଓ ରୂପା ଗହଣାର ବ୍ୟବସ୍ଥା କରାଯାଇଛି । ହେଲେ ଏହାକୁ ଯତ୍ନର ସହ ରଖାଯଉ ନଥିବା ଅଭିଯୋଗ ହେଉଛି । ରଥଯାତ୍ର ପୂର୍ବଦିନ ସୁନା ଅଳଙ୍କାର ବାହାର କରିବାକୁ ନେଇ ଆପତ୍ତି ଉପୁଜିଛି ।

ସେବାୟତମାନେ ଗହଣା ସବୁ ପରଖିବା ପରେ ଗହଣା ସବୁର ଆବଶ୍ୟକ ମରାମତି କାର୍ଯ୍ୟ ଓ ଗହଣା ମଜା କାର୍ଯ୍ୟ କରାଯାଇଥାଏ । ହେଲେ ଚଳିତ ବର୍ଷ ରଥଯାତ୍ରା ପୂର୍ବ ଦିନ ଆର୍ଥାତ୍ ଆଜି ସୁନା ଅଳଙ୍କାର ବାହାର କରାଯାଇଛି । ଏପରି ଅବହେଳା ପାଇଁ ଦେବୋତ୍ତର କମିଟି ସଭ୍ୟ, ସ୍ବେଚ୍ଛାସେବୀ ତଥା ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଭୁ ଜଗନ୍ନାଥ, ଦେବୀ ଶୁଭଦ୍ରା ଓ ବଳଭଦ୍ରଙ୍କ ବେଶ ପାଇଁ ପୂର୍ବରୁ ଏହି ଗହଣା ସବୁ ସେବାୟତମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ସହରର ଘୋଡ଼ାଘାଟ ପଡ଼ାର ଦଧିବାମନଙ୍କ ବେଶ ପାଇଁ ବି ଆଜି ହିଁ ଗହଣା ସବୁ ପ୍ରଦାନ କରାଯାଇଛି ।

ଦେବା ଦେବୀଙ୍କ ଏହି ମୂଲ୍ୟବାନ ଗହଣା ସବୁ ଜିଲ୍ଲା କୋଷାଗାରର ପୁରୁଣା କୋଠାରେ ମାଟିତଳ ଟ୍ରେଜେରୀରେ ରଖା ଯାଉଛି । ଦୀର୍ଘ ଦିନ ହେଲା ଜିଲ୍ଲା କୋଷାଗାରର ନୂତନ କୋଠା ତିଆରି କରାଯାଇ ଥିଲେ ହେଁ ଗହଣା ସବୁ ନୂତନ କୋଠାରେ ବ୍ୟବସ୍ଥିତ ଭାବେ ରଖିବା ପାଇଁ ଏଯାଏଁ କୌଣସି ବ୍ୟବସ୍ଥା କରାଯାଇ ପାରି ନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ସହରର ଦେବାଦେବୀଙ୍କ ପାଇଁ ଥିବା ସୁନା ଓ ରୂପା ଆଭୂଷଣଗୁଡିକ ବିଭିନ୍ନ ପର୍ବ ପର୍ବାଣୀରେ ଠିକ ସମୟରେ ପ୍ରଦାନ କରିବା ସହିତ ଏହାକୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି । ଜିଲ୍ଲା ଦେବୋତ୍ତର ବିଭାଗର ଏପରି ଅବହେଳା ଯୋଗୁଁ ଶ୍ରଦ୍ଧାଳୁ ଓ ସହରବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଜିଲ୍ଲା ଦେବୋତ୍ତର ବିଭାଗ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହିତ ଏହାର ସୁରକ୍ଷା ଦିଗରେ ସମ୍ବେଦନଶୀଳ ହେବାକୁ ଦେବୋତ୍ତର କମିଟି ସଭ୍ୟମାନେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.