ETV Bharat / state

ସାମାଜିକ ଦୂରତ୍ବ ରକ୍ଷା ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପଦକ୍ଷେପ - ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଭିନ୍ନ ପଦକ୍ଷେପ । ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁବର୍ଣ୍ଣପୁର ସହରର ବ୍ଲକ ରୋଡ଼ ଦୈନିକ ବଜ଼ାରକୁ ସ୍ଥାନାନ୍ତରିତ କରାଯାଇ ବ୍ୟବସାୟୀ ମାନଙ୍କୁ ରୟାଲ ପଡ଼ିଆରେ ବସିବାକୁ ନିର୍ଦ୍ଦେଶ ଦେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ । ଅଧିକ ପଢନ୍ତୁ...

Different measures to maintain social distance by the district commissioner
ସାମାଜିକ ଦୂରତ୍ବ ରକ୍ଷା ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପଦକ୍ଷେପ
author img

By

Published : Mar 28, 2020, 12:28 PM IST

ସୁବର୍ଣ୍ଣପୁର: କୋରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । କୋରୋନାକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ କେବଳ ସଚେତନତା ଓ ସାମାଜିକ ଦୂରତ୍ବ ମାଧ୍ୟମରେ ହିଁ ଆମେ କୋରୋନା ମହାମାରୀକୁ ହରାଇପାରିବା । ତେବେ ଏନେଇ ସ୍ବତନ୍ତ୍ର ଗାଇଡ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର ।

ସାମାଜିକ ଦୂରତ୍ବ ରକ୍ଷା ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପଦକ୍ଷେପ

ଆଜି ସୁବର୍ଣ୍ଣପୁର ସହରର ବ୍ଲକ ରୋଡ଼ ଦୈନିକ ବଜ଼ାରକୁ ସ୍ଥାନାନ୍ତରିତ କରାଯାଇ ବ୍ୟବସାୟୀ ମାନଙ୍କୁ ରୟାଲ ପଡ଼ିଆରେ ବସିବାକୁ କୁହାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ନିର୍ଦ୍ଦେଶରେ ପୌର ପରିଷଦ ପକ୍ଷରୁ ଶନିବାର ସକାଳ 7 ରୁ 9ଟା ଯାଏଁ ମାତ୍ର ଦୁଇ ଘଣ୍ଟା ପାଇଁ ବଜ଼ାର ବସିଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ଆଜି ବ୍ୟବସାୟୀମାନେ ବେଶ ଦୂରତା ରକ୍ଷା କରି ନିଜ ନିଜ ପସରା ବସାଇଥିବା ବେଳେ ଗ୍ରାହକ ମାନେ ବି ସାମାଜିକ ଦୂରତ୍ବ ରକ୍ଷା କରି ପନିପରିବା କିଣୁଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.