ସୁବର୍ଣ୍ଣପୁର: ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଥାନା ଅନ୍ତର୍ଗତ ପାଲିଗାଁ ହତ୍ୟା ଘଟଣାରେ ପୋଲିସ ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ପାଲିଗାଁର ମୃତକ ମୁରଲୀ ତସାର ନାବାଳକ ପୁଅକୁ ଗିରଫ କରିଛି ପୋଲିସ।
ସୂଚନା ଅନୁଯାୟୀ, ଘରୋଇ କଳିରୁ ପୁଅ ଇଟା ଭାଟି ଯାଗାରେ ବାପକୁ ଶାବଳରେ ପିଟି ହତ୍ୟା କରିଥିଲା । ପରିବାର ଲୋକେ ମୃତଦେହକୁ ତିନି କିଲୋମିଟର ଦୂର ମହଦା ଗାଁର ଘୁଙ୍ଗୀ ନାଳ କୂଳରେ ପୋତି ଦେଇଥିଲେ।
ମଙ୍ଗଳବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ମାଟି ତଳୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ