ETV Bharat / state

ଖୁଲମଖୁଲା ବୁଲୁଛି ଅଭିଯୁକ୍ତ; ପୋଲିସ ହାତ ଖାଲି - murder case

ସୁବର୍ଣ୍ଣପୁରରେ ବଢିବାରେ ଲାଗିଛି ଅପରାଧ । ହେଲେ ଅଭିଯୁକ୍ତଙ୍କୁ ଅଧିକାଂଶ ସମୟରେ ଧରିବାରେ ବିଫଳ ହେଉଛି ପୋଲିସ । ଅଧିକ ପଢନ୍ତୁ...

crime increasing day by day in subarnapur
ଖୁଲମଖୁଲା ବୁଲୁଛି ଅଭିଯୁକ୍ତ; ପୋଲିସ ହାତ ଖାଲି
author img

By

Published : Jun 26, 2021, 10:42 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି, ଡକାୟତି ,ହତ୍ୟା ଓ ଗୁଳିକାଣ୍ଡ ପରି ଅପରାଧ । ହେଲେ ଅଭିଯୁକ୍ତଙ୍କୁ ଅଧିକାଂଶ ସମୟରେ ଧରିବାରେ ବିଫଳ ହେଉଛି ପୋଲିସ । ଆଜକୁ ଦୁଇ ବର୍ଷରୁ ଅଧିକ ହେଲା ଏକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ବିଫଳ ହୋଇଛି । ସହର ନିକଟସ୍ଥ କଳାପଥର ଗାଁର ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଶତୃଘ୍ନ ପାଣ୍ଡେଙ୍କୁ ଦୁର୍ବୃତ୍ତ ମାନେ ହତ୍ୟା କରି ଖୁଲମଖୁଲା ବୁଲୁଛନ୍ତି ।

ଖୁଲମଖୁଲା ବୁଲୁଛି ଅଭିଯୁକ୍ତ; ପୋଲିସ ହାତ ଖାଲି

ଶତୃଘ୍ନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରି ଗାଁର ନିକଟରେ ଥିବା ଏକ ପଡ଼ିଆରେ ଫୋଫାଡ଼ି ଦେଇଥିଲେ। ତେବେ ସଦର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ହେଲେ ପୋଲିସ ହତ୍ୟାକାରୀକୁ ଆଜକୁ ଦୁଇ ବର୍ଷ ହେଲା ଧରିବାରେ ସକ୍ଷମ ହୋଇ ପାରିନାହିଁ।

ଜଣେ ସରକାରୀ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରି ପାରିବା ଓ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ କରି ପାରିବା ପୋଲିସର ପାରିବାପାଣିଆ ଉପରେ ପ୍ରଶ୍ନ ଉଠୁଛି । ଅପରପକ୍ଷରେ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.