ସୁବର୍ଣ୍ଣପୁର: ସହରର ମଝିପଡାର ଶ୍ରୀବାଲାଜି ମନ୍ଦିରରେ ଦୀପ ଦାନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଉପଲକ୍ଷେ ଏହି ଦୀପ ଦାନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।
ଶତାଧିକ ଶ୍ରୀରାମ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀବାଲାଜିଙ୍କୁ ସ୍ମରଣ କରି ଦୀପ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସୁବର୍ଣ୍ଣପୁର ଶାଖା, ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ଶାଖା ,ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ସମେତ କିଛି ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି।
![ଶ୍ରୀରାମ ମନ୍ଦିର ଶିଳାନ୍ୟାସ ପାଇଁ ସୁବର୍ଣ୍ଣପୁର ମୁଖରିତ , ହୋଇଛି ଦୀପ ଦାନ](https://etvbharatimages.akamaized.net/etvbharat/prod-images/od-son-01-dipa-dana-for-ram-temple-avb-od10013_05082020132734_0508f_01058_176.jpg)
ଶ୍ରୀରାମ ମନ୍ଦିର ଶିଳାନ୍ୟାସ ପର୍ବର ଏହି ପବିତ୍ର ଲଗ୍ନରେ ଶ୍ରୀବାଲାଜି ଓ ଶ୍ରୀରାମଙ୍କ ଜୟ ଜୟକାରରେ ସହରର ଗଗନ ପବନ ମୁଖରିତ ହୋଇ ଉଠିଛି। ଆଜି ସହରରେ ଶ୍ରୀରାମ ଭକ୍ତମାନେ ବେଶ ଉଲ୍ଲସିତ ଓ ଆନନ୍ଦିତ ହୋଇଛନ୍ତି।
![ଶ୍ରୀରାମ ମନ୍ଦିର ଶିଳାନ୍ୟାସ ପାଇଁ ସୁବର୍ଣ୍ଣପୁର ମୁଖରିତ , ହୋଇଛି ଦୀପ ଦାନ](https://etvbharatimages.akamaized.net/etvbharat/prod-images/od-son-01-dipa-dana-for-ram-temple-avb-od10013_05082020132734_0508f_01058_284.jpg)
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ