ETV Bharat / state

ତେଲ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ଜାଲରେ ଲାଗିଲା ବିରଳ ପ୍ରଜାତିର ମାଛ । ମତ୍ସ୍ୟଜୀବୀମାନେ ତେଲ ନଦୀରେ ମାଛ ମାରୁଥିବାବେଳେ ଏହା ଜାଲରେ ଲାଗିଥିଲା । ଅଧିକ ପଢନ୍ତୁ...

ତେଲ ନଦୀର ବିରଳ ପ୍ରଜାତିର ମାଛ
ତେଲ ନଦୀର ବିରଳ ପ୍ରଜାତିର ମାଛ
author img

By

Published : Dec 31, 2020, 7:20 PM IST

ସୁବର୍ଣ୍ଣପୁର : ଜିଲ୍ଲାରେ ଥିବା ତେଲ ନଦୀରୁ ଆଜି(ଗୁରୁବାର) ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ତେଲ ନଦୀରେ ଆଜି ସକାଳୁ ମତ୍ସ୍ୟଜୀବୀମାନେ ମାଛ ଧରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛ ଜାଲରେ ଲାଗିଥିଲା ।

ତେଲ ନଦୀର ବିରଳ ପ୍ରଜାତିର ମାଛ

ମତ୍ସ୍ୟଜୀବୀ ସଂଜୟ ଅଧିକାରୀ ଓ ପ୍ରମୋଦ ନାୟକ ଡଙ୍ଗାରେ ତେଲ ନଦୀ ଗର୍ଭକୁ ମାଛ ଧରା ଉପକରଣ ନେଇ ମାଛ ମାରିବାକୁ ଯାଇଥିଲେ । ତେବେ ମାଛ ମାରୁ ମାରୁ ଏକ ବିରଳ ପ୍ରଜାତିର ମାଛ ଜାଲରେ ଲାଗିଥିବା ଦେଖିବାକୁ ପାଇଥିଲେ।

ତେଲ ନଦୀର ବିରଳ ପ୍ରଜାତିର ମାଛ
ତେଲ ନଦୀର ବିରଳ ପ୍ରଜାତିର ମାଛ
ତେଲ ନଦୀର ବିରଳ ପ୍ରଜାତିର ମାଛ
ତେଲ ନଦୀର ବିରଳ ପ୍ରଜାତିର ମାଛ

ଏକ କିଲୋଗ୍ରାମ ଓଜନର ଏହି ବିରଳ ପ୍ରଜାତିର ମାଛକୁ ଆଣି ଅନ୍ୟ ମତ୍ସ୍ୟଜୀବୀଙ୍କୁ ଦେଖାଇଥିଲେ । ତେବେ ସେମାନେ କେହି ବି ଏଭଳି ମାଛ ତେଲ ନଦୀ ଅବା ମହାନଦୀରେ କେବେ ଦେଖି ନଥିବା କହିଥିଲେ ।

ଏହାକୁ ଦେଖିବା ପାଇଁ ଲୋକେ ମତ୍ସ୍ୟଜୀବୀଙ୍କ ପାଖରେ ରୁଣ୍ଡ ହୋଇ ଯାଇଥିଲେ । ତେବେ ମାଛଟି ବୁଦ୍ଧିଆ ପ୍ରଜାତିର ବୋଲି କିଛି ମତ୍ସ୍ୟଜୀବୀ ଅନୁମାନ କରି କହିଥିଲେ । ମାଛଟିକୁ ପୁନଶ୍ଚ ନଦୀରେ ଛାଡ଼ି ଦିଆ ଯାଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.