ETV Bharat / state

ସୁବର୍ଣ୍ଣପୁରରେ 2 ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା - ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା । ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ 2 ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା

author img

By

Published : Jun 3, 2020, 4:22 PM IST

ସୁବର୍ଣ୍ଣପୁର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ସୁବର୍ଣ୍ଣପୁର ଜିଲ୍ଲାରେ ବୁଧବାର ଦୁଇ ଜଣ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସୁବର୍ଣ୍ଣପୁରରେ 2 ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା

ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଆୟୁଷ ଡାକ୍ତର ଓ ଜଣେ କମ୍ପ୍ୟୁଟର ଅପରେଟର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆୟୁଷ ଡାକ୍ତର ଜଣକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବା ଆସିବା କରୁଥିବା ବେଳେ କମ୍ପ୍ୟୁଟର ଅପରେଟର ଡାକ୍ତରଖାନା ପରିସରରେ ରହୁଥିଲେ । ତେବେ ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି।

ଏବେ ପୋଲିସ କର୍ମଚାରୀମାନେ ନାଇକେନପାଲି ଗାଁରେ ଜଗି ରହିଥିବା ବେଳେ ଯିବା ଆସିବା କରୁଥିବା ଲୋକଙ୍କ ଉପରେ ନଜର ରଖିଛି । ଦୁଇ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା ସଂକ୍ରମଣ ହୋଇଥିବାରୁ ନାଇକେନପାଲି ଗାଁରେ ଭୟର ବାତାବରଣ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.