ETV Bharat / state

ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ କର୍ମଶାଳା

ଦିନକୁ ଦିନ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢ଼ୁଥିବାର ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ ସମ୍ବଲପୁର ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

author img

By

Published : Mar 13, 2021, 3:03 PM IST

ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ କର୍ମଶାଳା
ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ କର୍ମଶାଳା

ସମ୍ବଲପୁର: ଦିନକୁ ଦିନ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢ଼ୁଥିବାର ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ ସମ୍ବଲପୁର ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁରର ଆଦର୍ଶ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ସହର ଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ କିପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ସୁରକ୍ଷା ବଳୟ ସୃଷ୍ଟି ହୋଇ ପାରିବ ସେନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ କର୍ମଶାଳା

ଏହା ସହ ବିଭିନ୍ନ ସ୍ତରରେ ଶିଶୁ ଯୌନ ଉତ୍ପୀଡ଼ନ ରୋକିବାକୁ ଥିବା ବିଭିନ୍ନ କମିଟି ଗୁଡିକ କିପରି ତତ୍ପରତା ସହ କାର୍ଯ୍ୟ କରିବ ଓ ଅଭିଯୋଗ ଶୀଘ୍ର ପହଞ୍ଚିବ ତଥା ଶିଶୁ ଯୌନ ନିର୍ଯାତନା ପାଇଁ ଥିବା ଆଇନ ଓ ଦଣ୍ଡ ବିଧାନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ସିଡବ୍ଲୁସି ଚେୟାରମ୍ୟାନ, ଯୁଭେନାଇଲ ଜଷ୍ଟିସ ବୋର୍ଡ ମେମ୍ବର, ରେଡ଼ କ୍ରସ ସଦସ୍ୟ, ଶିକ୍ଷକ ଓ ସରପଞ୍ଚମାନେ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.