ETV Bharat / state

ଭିଏଲଡବ୍ଲ୍ୟୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

author img

By

Published : Feb 17, 2021, 7:48 PM IST

ସମ୍ବଲପୁର ଯୁଜୁମରା ବ୍ଲକର ଭିଏଲଡବ୍ଲ୍ୟୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Vigilance raid on VLW in Sambalpur
ଭି.ଏଲ.ଡବ୍ଲ୍ୟୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଜିଲ୍ଲାର ସାକ୍ଷୀପଡା ସ୍ଥିତ ଯୁଜୁମୁରା ବ୍ଲକର ଭିଏଲଡବ୍ଲୁ ସୁଦାମ ଚରଣ ମାଝୀଙ୍କ ଘରେ ଆୟ ବର୍ହିଭୂତ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ସମୟରେ ଭିଜିଲାନ୍ସ ଲକ୍ଷାଧିକ ଟଙ୍କାର ସମ୍ପତ୍ତିକୁ ଠାବ କରାଯାଇଛି ।

ଭି.ଏଲ.ଡବ୍ଲ୍ୟୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯୁଯୁମରା ବ୍ଲକର ନୂଆବରଙ୍ଗାମାଲ ଗ୍ରାମପଞ୍ଚାୟତର ଭିଏଲଡବ୍ଲ୍ୟ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲ୍ଲାନ୍ସ ଚଢାଉ କରିଥିଲା । ସମ୍ବଲପୁର ସାକ୍ଷୀପଡାର ବ୍ୟାଙ୍କ କଲୋନିରେ ତାଙ୍କ ବାସଭବନ ଓ ନୂଆବରଙ୍ଗାମାଲ କାର୍ଯ୍ୟଳୟରେ ଚଢାଉ ହୋଇଥିଲା । ଭିଜିଲାନ୍ସ ଚଢାଉ ସମୟରେ ୫ଟି ଗାଡି, ୫ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ , ଲକ୍ଷାଧିକ ଟଙ୍କାର ପଲିସ, ବ୍ୟାଙ୍କ ଆକାଉଣ୍ଟରେ ୯ ଲକ୍ଷ ୯୬ ହଜାର ଟଙ୍କା, ନଗଦ ୧ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି ।

ତାଙ୍କ ବାସଭବନ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହୋଇଥିବା ଜଣାପଡିଛି । ଯେଉଁ ପ୍ଲଟରେ ତାଙ୍କ ଘର ତିଆରି ହୋଇଛି ତାହାର ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ଜଣାପଡିଛି । ତେଵେ ଏପର୍ଯ୍ୟନ୍ତ ତାଙ୍କର ସମସ୍ତ ସମ୍ପତ୍ତିର ଆକଳନ ହୋଇପାରିନାହିଁ । ଅନ୍ୟପଟେ ବ୍ୟାଙ୍କର ତଥ୍ୟ ମଧ୍ୟ ତାଙ୍କୁ ମଗାଯାଇଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.