ETV Bharat / state

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ହୀରାକୁଦରୁ ଗଲା ଅଗର ମେସିନ

author img

By ETV Bharat Odisha Team

Published : Nov 24, 2023, 11:16 AM IST

Updated : Nov 24, 2023, 11:33 AM IST

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପାଇଁ ହୀରାକୁଦରୁ ଗଲା ଅଗର ମେସିନ । ଆଜି ଉଦ୍ଧାର ହୋଇପାରନ୍ତି ୪୧ ଶ୍ରମିକ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା
ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା
ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା

ସମ୍ବଲପୁର: ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ହୀରାକୁଦରେ ଗଲା ଅଗର ମେସିନ । ଟନେଲ ଖନନ ପାଇଁ ସମ୍ବଲପୁର ହୀରକୁଦରୁ ଗୋଟିଏ ସ୍ବତନ୍ତ୍ର ଅଗର ମେସିନ ଉତ୍ତରାଖଣ୍ଡକୁ ପଠାଯାଇଛି । ମେସିନକୁ ପ୍ରଥମେ ହୀରାକୁଦରୁ ଟ୍ରେନ ଯୋଗେ ଛତିଶଗଡ ରାଜ୍ୟ ରାୟପୁରକୁ ନିଆଯାଇଥିଲା । ସେଠାରୁ ଟ୍ରଲର ସାହାଯ୍ୟରେ ମଧ୍ୟପ୍ରଦେଶ ଗ୍ବାଲିୟର ଦେଇ ଉତ୍ତରାଖଣ୍ଡ ଟନେଲ ନିକଟକୁ ପହଞ୍ଚା ଯାଇଥିବା ସୂଚନା ମିଳିଛି । ଟନେଲ ଭିତରୁ ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ଖନନ କାର୍ଯ୍ୟରେ ହୀରାକୁଦର ଏହି ମେସିନ ବ୍ୟବହାର କରାଯିବ ।

ସୂଚନା ଅନୁଯାୟୀ, ଏହି ଅଗର ମେସିନଟି ଗୋଟିଏ ଘରୋଇ ସଂସ୍ଥାର । ଯାହାକି ହୀରାକୁଦ ସ୍ଥିତ ହିଣ୍ଡଲକୋ କମ୍ପାନୀରେ କାମ କରୁଥିଲା । ଏହି ମେସିନ ହୀରାକୁଦରେ ଥିବା ଜଣାପଡିବା ପରେ ଉକ୍ତ ସଂସ୍ଥାର ମାଲିକଙ୍କୁ ଯୋଗାଯୋଗ କରି ମେସିନକୁ ଉତ୍ତରକାଶୀ ପଠାଯାଇଛି । ତେବେ ମେସିନଟି ବହୁତ ବଡ଼ ହୋଇଥିବାରୁ ଏହାକୁ ଭାଗ ଭାଗ କରି ମାଲବାହୀ ଟ୍ରେନରେ ନିଆଯାଇଛି । ମେସିନ ଉତ୍ତରାଖଣ୍ଡରେ ପହଞ୍ଚିବା ପର୍ଯ୍ୟନ୍ତ କେନ୍ଦ୍ରର ସ୍ଵରାଷ୍ଟ୍ର, ରେଳ ଓ NHAI ମନ୍ତ୍ରଣାଳୟ ଏହାର ତଦାରଖ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଅଗର ମେସିନରେ ସମସ୍ୟା ଯୋଗୁଁ ଡ୍ରିଲିଂ ବନ୍ଦ, ଆଜି ପୁଣି ଆରମ୍ଭ ହେବ ଅପରେସନ

ସୂଚନାଯୋଗ୍ୟ ଯେ, ଏକ ଘରୋଇ ସଂସ୍ଥାର ଏହି ଏହି ଅଗର ମେସିନ ହୀରାକୁଦରେ ଥିବା ଜଣାପଡିବା ପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଥିଲା । ଚିଠିରେ ମେସିନକୁ ଗ୍ରୀନ କରିଡରରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଅଗର ମେସିନକୁ ପଠାଇବାକୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇ ଗତ ୨୧ ତାରିଖରେ ସମ୍ବଲପୁରରୁ ପଠାଯାଇଥିଲା ।

ପ୍ରକାଶ ଥାଉକି, ଆଜକୁ ୧୪ ଦିନ ହେଲାଣି ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି । ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ଅଛନ୍ତି । ଗତକାଲି ସବୁ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଡ୍ରିଲିଂ ମେସିନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ରାତିରେ ରେସ୍କ୍ୟୁ ଅପରେସନ ବନ୍ଦ କରିବାକୁ ପଡିଥିଲା । ଆଜି ସକାଳୁ ମେସିନ ମରାମତି କରାଯାଇ ପୁଣି ଖନନ କାର୍ଯ୍ୟ ଚାଲିଛି ଏବଂ ଆଜି ହିଁ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବେ ବୋଲି କୁହାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 24, 2023, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.