ETV Bharat / state

Dharmendra Pradhan Visits Sambalpur: ଏକାଧିକ କାର୍ଯ୍ୟକ୍ରମରେ ସାମିଲ, ଚାଲିଛି କ୍ଷେତ୍ର ପ୍ରସ୍ତୁତି ! - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ

ଗତକାଲି ରାତିରୁ ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଏମସିଏଲ ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିଥିଲେ। ପରେ ଆଜି ସକାଳ 10 ଟାରେ ସମ୍ବଲପୁର ଆସି ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ମା ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ l ଅଧିକ ପଢନ୍ତୁ

Dharmendra Pradhan Visit Sambalpur: ଏକାଧିକ କାର୍ଯ୍ୟକ୍ରମରେ ସାମିଲ, ଚାଲିଛି କ୍ଷେତ୍ର ପ୍ରସ୍ତୁତି !

author img

By ETV Bharat Odisha Team

Published : Oct 23, 2023, 4:26 PM IST

Dharmendra Pradhan Visit Sambalpur: ଏକାଧିକ କାର୍ଯ୍ୟକ୍ରମରେ ସାମିଲ, ଚାଲିଛି କ୍ଷେତ୍ର ପ୍ରସ୍ତୁତି !

ସମ୍ବଲପୁର: ମୁଁ ପ୍ରାର୍ଥୀ ହେବି କି ନାହିଁ ଦଳ ନିଷ୍ପତ୍ତି । କେଉଁଠାରୁ ପ୍ରାର୍ଥୀ ହେବି ତାହା ମଧ୍ୟ ଦଳ ନିଷ୍ପତ୍ତି ନେବ । ଦିନିଆକିଆ ସମ୍ବଲପୁର ଗସ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ରାତିରୁ ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଏମସିଏଲ ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିଥିଲେ। ପରେ ଆଜି ସକାଳ 10 ଟାରେ ସମ୍ବଲପୁର ଆସି ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ମା ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ l ଏହା ପରେ ସେ ସମଲେଶ୍ବରୀ ମନ୍ଦିର ନିକଟରେ ଥିବା କୁଷ୍ଟାପଡାକୁ ଯାଇ ସେଠାରେ ଅନୁଷ୍ଠିତ ‘ ଭାଇ ଜିଉନ୍ତିଆ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ମାନେ ଧର୍ମେନ୍ଦ୍ରଙ୍କ ହାତରେ ଵିଧି ପୂର୍ବକ ବନ୍ଦପନା କରି ଜିଉଁନ୍ତିଆ ପିନ୍ଧାଇଥିଲେ l କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ନେତା ଓ ନେତ୍ରୀ ସାମିଲ ହୋଇଥିଲେ l

ଅଧିକ ପଢନ୍ତୁ- ଧର୍ମେନ୍ଦ୍ର ଯେଉଁଠି ଛିଡା ହେଲେ ଜିତିବେ, ସମ୍ବଲପୁର ସବୁଠୁ ସୁରକ୍ଷିତ: ବିଧାୟକ ସୁବାସ

ଏନେଇ ଧର୍ମେନ୍ଦ୍ର କହିଛନ୍ତି ‘‘ଭାଇ ଜିଉନ୍ତିଆ’ ପର୍ବ ଅବସରରେ ମାଆ, ଭଉଣୀ, ଝିଅ ମାନଙ୍କର ତଥା ମାତୃଶକ୍ତିର ଆଶୀର୍ବାଦ ପାଇବାର ସୌଭାଗ୍ୟ ମିଳିଲା । ଆଜି ମାଆ ଦୁର୍ଗାଙ୍କର ନବମୀ ପୂଜା । ମା ସମଲେଶ୍ଵରୀଙ୍କ ପାଖରେ ଦର୍ଶନ କରିବା ପରେ କୁଷ୍ଟାପଡ଼ାରେ ସମାଜର ମାତୃଶକ୍ତିଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ପିତ । ଏ ଆଶୀର୍ବାଦ ଦେଶର ମାତୃଶକ୍ତିକୁ ସମର୍ପିତ । ଦେଶରେ ମହିଳା ଆଧାରିତ ଉନ୍ନୟନର ନୂଆ ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଦେଶର ମାତୃଶକ୍ତିକୁ ବିଶ୍ଵସ୍ତରକୁ ନେବା ପାଇଁ ସଂକଳ୍ପବଦ୍ଧ । ଏଥିପାଇଁ ନାରୀ ଶକ୍ତି ବନ୍ଦନ ବିଧେୟକ ସଂସଦରେ ପାରିତ ହୋଇଛି ଆଇନରେ ପରିଣତ ହୋଇଛି । ଆଗାମୀ ଦିନରେ ଆମ ଦେଶରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ବର ନୂଆ ପରାକାଷ୍ଠା ଦେଖାଯିବ । ଉଜ୍ଵଳା ଯୋଜନାରେ ଏଲପିଜିର ମୂଲ୍ୟ କମ କରିବା ହେଉ କିମ୍ବା ଲକ୍ଷପତି ଦିଦି ସୃଷ୍ଟି କରିବା ହେଉ ଏଗୁଡ଼ିକ ଆଜି ନରେନ୍ଦ୍ର ମୋଦିଙ୍କର ଯୁଗାନ୍ତକାରୀ ପଦକ୍ଷେପ। ’’

ଅଧିକ ପଢନ୍ତୁ- ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି, ଦଳକୁ ଅନୁରୋଧ କରିଛି: ଧର୍ମେନ୍ଦ୍ର

ତେବେ ଗସ୍ତ ଅବସରରେ ଆଗାମୀ ନିର୍ବାଚନ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ମୁଁ ନିର୍ବାଚନ ଲଢିବି କା ନାହିଁ ଦଳ ନିଷ୍ପତ୍ତି ନେବ । କେଉଁ ଠାରୁ ଲଢିବି ତାହା ମଧ୍ୟ ଦଳ ନିଷ୍ପତ୍ତି ନେବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.