ETV Bharat / state

ଜେଲରୁ କଏଦୀ ଚମ୍ପଟ, ନିଲମ୍ବିତ ହେଲେ 2 କର୍ମଚାରୀ

ସମ୍ବଲପୁର ସର୍କଲ ଜେଲ୍‌ରୁ ଏକ ବିଚାରାଧୀନ କଏଦୀ ଫେରାର ମାମଲାରେ 2 ଜଣ କର୍ମଚାରୀ ନିଲମ୍ବିତ । ଅଧିକ ତଦନ୍ତ କରୁଛି ଧନୁପାଲି ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 3, 2023, 3:04 PM IST

ସମ୍ବଲପୁର ଜେଲରୁ କଏଦୀ ଫେରାର
ସମ୍ବଲପୁର ଜେଲରୁ କଏଦୀ ଫେରାର
ସମ୍ବଲପୁର ଜେଲରୁ କଏଦୀ ଫେରାର

ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍‌ରୁ ବିଚାରଧୀନ କଏଦୀ ଫେରାର ଘଟଣା l ଏହି ଘଟଣାରେ 2 ଜଣ କର୍ମଚାରୀ ନିଲମ୍ବିତ । ତେବେ ସମ୍ବଲପୁର ସର୍କଲ ଜେଲ୍‌ରୁ ଏକ ବିଚାରାଧୀନ କଏଦୀ ଫେରାର ମାମଲାରେ ଜେଲର ଡିଜି ରିପୋର୍ଟ ତଲବ କରିଥିଲେ । ପ୍ରାଥମିକ ତଦନ୍ତ ରିପୋର୍ଟ ସମ୍ବଲପୁର ଜେଲ ଅଧିକ୍ଷକଙ୍କୁ ପ୍ରଦାନ କରାଯିବା ପରେ 2 ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ତେବେ କାର୍ଯ୍ୟରେ ଅବହେଳା କରିଥିବାରୁ ମୁଖ୍ୟ ୱାର୍ଡର ପ୍ରମୋଦ ବୁଡେଜ ଏବଂ ସଞ୍ଜୟ ଡୁଙ୍ଗଡୁଙ୍ଗଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏକ ମାମଲା ରୁଜୁ କରି ଧନୁପାଲି ପୋଲିସ ତଦନ୍ତ ଚଳାଇଛି ।

ସୂଚନା ମୁତାବକ, ଶୁକ୍ରବାର ଦିନ କଏଦୀ ସଞ୍ଜୀବ କିଷାନ କୌଣସି ପ୍ରକାରରେ ଜେଲରୁ ଫେରାର ହୋଇଯାଇଥିଲା । ତେବେ ଫେରାର କଏଦୀ ଜଣକ ଜେଲ ଭିତରର କେଉଁ ସ୍ଥାନରୁ ପୁରୁଣା କୋଠାକୁ ଚଢି ଫେରାର ହୋଇଛନ୍ତି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାହାର ଅନୁଧ୍ୟାନ କରିଛି l ୨୨ ଫୁଟ୍ ଉଚ୍ଚ ବାଡ଼ ଡେଇଁ କଏଦୀ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ କରୁଥିବା ନେଇ ଧନୁପାଲି ଥାନା ଅଧିକାରୀ କହିଛନ୍ତି l ଏସବୁ ଭିତରେ ଭିତରେ କେଉଁ ତ୍ରୁଟି ଯୋଗୁଁ କଏଦୀ ଫେରାର ହେବାରେ ସକ୍ଷମ ହେଲା ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି l ସେହିପରି ଜେଲ ଭିତର ଗତିବିଧିକୁ ନଜର ଗଖିବାକୁ ଦୁଇଟି ୱାଚ୍ ଟାୱାର ଥିବା ବେଳେ କେଉଁ ପରିସ୍ଥିତିରେ କିଛି ଜଣା ପଡିଲାନି ତାହା ସ୍ପଷ୍ଟ ହୋଇନି l ଅନ୍ୟପଟେ ବାହାର ପଟକୁ ନଜର ରଖିବାକୁ ଆଉ ଦୁଇଟି ୱାଚ ଟାୱାର ରହିଛି l ଏଥିରେ କିନ୍ତୁ କୌଣସି କର୍ମଚାରୀ ନଥିବା ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ- ଜେଲରୁ ଚମ୍ପଟ ମାରିଲା କଏଦୀ, ପୋଲିସର ତଦନ୍ତ ଜାରି

ସେହିପରି ଜେଲ୍‌ ଭିତରେ 66ଟି ସିସିଟିଭି କ୍ୟାମେରାରୁ କିଛି ସ୍ଥାନର କ୍ୟାମେରା ଅଚଳ ରହିଥିବା ବେଳେ ତାହାକୁ ମରାମତି କରାଯାଇନାହିଁ l କେବଳ ଓ୍ବାର୍ଡକୁ ନଜର ରଖୁଥିବା କ୍ୟାମେରା ଚାଲୁଥିବା ବେଳେ ବାହାର ଦୃଶ୍ୟକୁ ନଜର ରଖିବା କ୍ୟାମରା ଗୁଡିକୁ ସେତେଟା ଗୁରୁତ୍ୱ ଦିଆ ଯାଉନି ବୋଲି ଜଣାପଡିଛି । ଫଳରେ ଏହାର ଫାଇଦା ଉଠାଇ କଏଦୀ ଫେରାର ହୋଇଥିବା ଜଣାପଡିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲକଅପ୍ ପରେ କୌଣସି କଏଦୀଙ୍କୁ ୱାର୍ଡ ବାହାରକୁ ଛଡ଼ାଯାଏ ନାହିଁ । ହେଲେ ଏ କ୍ଷେତ୍ରରେ ଏହା ସମ୍ଭବ କେମିତି ହେଲା ସେନେଇ ଅନେକ ପ୍ରଶ୍ନ ଉଠିଛି ତୃତୀୟ ରାଉଣ୍ଡ ଲକ୍‌ଅପ୍ ପରେ କଏଦୀ ଫେରାର ମାରିବା ଘଟଣା ନିହାତି ଭାବେ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ସ୍ପଷ୍ଟ କରୁଛି l ତେଣୁ ଏହି ଘଟଣାକୁ ଜେଲ ଡିଜି ଗୁରୁତର ସହ ନେଇ ଜେଲ ଅଧୀକ୍ଷକଙ୍କୁ ରିପୋର୍ଟ ତଲବ କରିଛନ୍ତି । ଅନ୍ୟପଟେ ଜେଲ ଅଧୀକ୍ଷକ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି l ଏନେଇ ଅଧୀକ୍ଷକ କହିଛନ୍ତି ଯେ, କଏଦୀ କୁଆଡ଼େ ଯାଇଛି ସେ ସଂପର୍କରେ ପଚରାଉଚୁରା ଜାରି ରହିଛି । ଧନୁପାଲି ଥାନାରେ ବି ଏତଲା ଦିଆଯାଇଛି । କେଉଁଠି ଭୁଲ୍ ରହିଲା ତାହାର ତଦନ୍ତ ଜାରି ରହିଛି ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.