ETV Bharat / state

ବୁର୍ଲା ପାୱାର ଚ୍ୟାନେଲରୁ ମହିଳା ମୃତଦେହ ଉଦ୍ଧାର - Burla Power Channel in sambalpur

ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ପାୱାର ଚ୍ୟାନେଲ ପାଣିରୁ ସନ୍ଦେହଜନକ ଅବସ୍ଥାରେ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ସମ୍ବଲପୁର ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ବୁର୍ଲା ପାୱାର ଚେନାଲରୁ ମହିଳା ମୃତ ଦେହ ଉଦ୍ଧାର

author img

By

Published : Mar 31, 2021, 9:11 PM IST

ସମ୍ବଲପୁର: ସମ୍ବଲପୁର ବୁର୍ଲା ପାୱାର ଚ୍ୟାନେଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ପାୱାର ଚେନାଲ ଉପର ମୁଣ୍ଡର ଏକ ମୃତଦେହ ଭାସି ଆସୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ।

ବୁର୍ଲା ପାୱାର ଚେନାଲରୁ ମହିଳା ମୃତ ଦେହ ଉଦ୍ଧାର

ଫଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ଗଳିତ ମୃତ ଶରୀରଟି ଜଣେ ମହିଳାଙ୍କର ହୋଇଥିବାବେଳେ ଗୋଡରେ ଦଉଡି ବନ୍ଧା ହୋଇଥିବାରୁ କେହି ହତ୍ୟା ପରେ ପିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଶରୀରଟି ଉଦ୍ଧାର କରିବା ସହ ଏହାର ବ୍ୟବଚ୍ଛେଦ ପାଇଁ ପଠାଇଛି ବୁର୍ଲା ପୋଲିସ । ଶବଟି କାହାର ଏନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.