ସମ୍ବଲପୁର: ଗାଡି ଚଢାଇ ହତ୍ୟା ଅଭିଯୋଗରେ ସରପଞ୍ଚ ସମେତ ୩ ଗିରଫ । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର ବାଟଗାଁର ଯୁବ ବ୍ୟବସାୟୀ ବାବୁଲା ଦେହୁରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାର ଲୋକେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସରପଞ୍ଚକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟାରେ ବାଟଗାଁର ଯୁବ ବ୍ୟବସାୟୀ ବାବୁଲା ଦେହୁରୀ ବାଇକ୍ରେ ନାକଟିଦେଉଳ ଅଭିମୁଖେ ଯାଉଥିଲେ । ତେବେ ସିରିଗିଡା ବୁଲାଣି ରାସ୍ତାରେ ତାଙ୍କୁ ପଛ ପାର୍ଶ୍ୱରୁ ସରପଞ୍ଚ ରାମ ପ୍ରସାଦ ସାହୁ କାର୍ରେ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ବାବୁଲାଙ୍କ ଗୁରୁତର ଆହତ ହୋଇଥିଲେ । ହେଲେ ସରପଞ୍ଚ ତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିବା ପରିବର୍ତ୍ତେ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରେଢାଖୋଲ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହା ମଧ୍ୟ ପଢନ୍ତୁ -ଗିରଫ ହେଲା ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ, ରାଜ୍ୟ ବାହାରକୁ ଯିବାକୁ ଥିଲା ଯୋଜନା
ଏହା ମଧ୍ୟ ପଢନ୍ତୁ - ଆଇଟି ଅଧିକାରୀ କହି ଡାକ୍ତରଙ୍କୁ କରୁଥିଲେ ବ୍ଲାକମେଲ, ବାନ୍ଧିଲା ପୋଲିସ
ସେପଟେ ବାବୁଲା ଦେହୁରୀଙ୍କ ବାଇକକୁ ଧକ୍କା ଦେଇ ସରପଞ୍ଚ ଫେରାର୍ ହୋଇଯାଇଥିଲେ । ତେବେ ବାବୁଲାଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭାଇ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିଲା । ନାକଟିଦେଉଳ ବ୍ଲକ, ସାହେବୀ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ସାହୁ ନିଜ ବଲେନୋ କାରରେ ଆସି ବାବୁଲା ଦେହୁରୀଙ୍କୁ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିବା ଅଭିଯୋଗ ହୋଇଥିଲା l ତେବେ ପ୍ରମାଣ ସ୍ୱରୂପ ହତ୍ୟାରେ ବ୍ୟବହୃତ ଗାଡ଼ିଟି ରେଢ଼ାଖୋଲର ଏକ ଢାବା ନିକଟରୁ ଉଦ୍ଧାର କରିଥିଲା ପୋଲିସ l ତେବେ ଭୁବନେଶ୍ବରର ଏକ ଅଞ୍ଚଳରୁ ସରପଞ୍ଚକୁ ଗିରଫ କରିବା ସହ ଦୁର୍ଘଟଣା ସମୟରେ ସହଯୋଗ କରିଥିବା ସାହେବୀ ଗାଁର ବାୟୁ ଦେହୁରୀ, ରେଢ଼ାଖୋଲ ଗଣେଷ ନଗରର ନାରାୟଣ ଦେହୁରୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
ଇଟିଭି ଭାରତ, ସମ୍ବଲପୁର