ETV Bharat / state

ପୋଲିସ ପଞ୍ଝାରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ, 6 ଗିରଫ

author img

By

Published : Jun 22, 2023, 11:40 AM IST

ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଅନ୍ତଃଜିଲ୍ଲା କୁଖ୍ୟାତ ଡକାୟତ ଗ୍ୟାଙ୍ଗର 6ଜଣଙ୍କୁ ବନ୍ଧିଲା ପୋଲିସ । ଅଧିକ ପଢନ୍ତୁ

sambalpur police arrested bargarh lootera gang

ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ

ସମ୍ବଲପୁର: ପୋଲିସକୁ ବଡ଼ ସଫଳତା । ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ । ଵରେଇପାଲି ଥାନାରେ ଅନୁଷ୍ଠିତ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡିପିଓ । ଏକ ସ୍ୱତନ୍ତ୍ର ଟିମ୍‌ ବରଗଡ଼ ଜିଲ୍ଲାରୁ ଡକାୟତ ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କରାଯିବା ସହ ଚୋରୀ ସାମଗ୍ରୀ, ନଗଦ ଟଙ୍କା ଓ ମରଣାସ୍ତ୍ର ଜବତ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ମହେଶ କୁମାର ଶର୍ମା, ଘନଶ୍ୟାମ ଘାସି, ସୁନୀଲ ବରିହା, ମନ୍ଥନ ହରିପାଳ, ପଙ୍କଜ ସାଥୁଆ ଓ ସୋନୁ ସାଗର । ଏମାନେ ସମସ୍ତେ ବରଗଡ଼ ଜିଲ୍ଲାର।

ଏମାନଙ୍କ ଠାରୁ 40 ଗ୍ରାମ ଓଜନର ସୁନା, ନଗଦ 21ହଜାର ଟଙ୍କା, 2ଟି ଲ୍ୟାପ୍‌ଟପ, ଦୁଇଟି ଏଲଇଡ଼ି ଟିଭି, 22ଟି ମୋବାଇଲ ଫୋନ, 2 ବସ୍ତା ଚାଉଳ, ନମ୍ବର ବିହୀନ 2ଟି କାର, ଆଇରନ ରଡ୍‌, ସ୍କୃ ଡ୍ରାଇଭର, ଗୋଟିଏ ଖଣ୍ଡା ଓ ଗୋଟିଏ ହକି ଷ୍ଟିକ ଜବତ ହୋଇଛି । ଏହି ଡକାୟତ ଗ୍ୟାଙ୍ଗ ବରଗଡ଼ରୁ ଆସି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ମାସ 27 ତାରିଖ ରାତିରେ ସମ୍ବଲପୁର ସହର ବରେଇପାଲି ଥାନା ଅନ୍ତର୍ଗତ ଡେଙ୍ଗସର୍ଗି ଅଞ୍ଚଳର ପ୍ରଦୀପ ରଣାଙ୍କ ଘରୁ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା । ଅଭିଯୋଗର 20 ଦିନ ପରେ ପୋଲିସ ଚୋରଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ-ପୋଲିସ ପଞ୍ଝାରେ ୩ ଆନ୍ତଃରାଜ୍ୟ ଚୋର, ଛତିଶଗଡ଼ରୁ ଆସି ଝାରସୁଗୁଡ଼ାରେ ଆତଙ୍କ ଖେଳାଇଥିଲେ

ଗତ ଜୁନ୍‌ 20 ତାରିଖରେ ଭୁବନେଶ୍ବର ସୁନାଦେଇ ମନ୍ଦିରରୁ ଦୁବୃର୍ତ୍ତମାନେ ଠାକୁରଙ୍କ ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ସହିଦନଗର ଥାନା ଶବର ସାହି ଛକ ପାଖ ସୁନାଦେଇ ମନ୍ଦିରରେ ଲୁଟପାଟ କରିଥିଲେ ଦୁର୍ବୁତ୍ତ । ଏହି ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା । ଗତ ଜୁନ 19 ତାରିଖରେ ଝାରସୁଗୁଡା ଟାଉନ ଥାନା ପୋଲିସ ଛତିଶଗଡ଼ କୋର୍ବାରୁ ଜିଲ୍ଲାକୁ ଆସି ଚୋରି କରୁଥିବା ଏକ ଚୋର ଗ୍ୟାଙ୍ଗକୁ କାବୁ କରିଥିଲା । ସେମାନଙ୍କ ନିକଟରୁ ନଗଦ 29 ହଜାର ଟଙ୍କା, 20 ଗ୍ରାମ ସୁନା ଓ 50 ଗ୍ରାମ ରୂପା ଅଳଙ୍କାର, 17ଟି ମୋବାଇଲ ଓ ଘର ଭାଙ୍ଗିବା ଉପକରଣ ଜବତ କରିଥିଲା ପୋଲିସ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.