ETV Bharat / state

ଚାଷୀଙ୍କ ବକେୟା ଫସଲବୀମା ରାଶି ପ୍ରସଙ୍ଗ, ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ - ସମ୍ବଲପୁରରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

ଚାଷୀଙ୍କ ବକେୟା ଫସଲବୀମା ରାଶି ପ୍ରସଙ୍ଗ । ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କଲା ଜିଲ୍ଲା ବିଜେଡି । ଅଧିକ ପଢନ୍ତୁ

ଚାଷୀଙ୍କ ବକେୟା ଫସଲବୀମା ରାଶି ପ୍ରସଙ୍ଗ, ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

author img

By

Published : Oct 31, 2022, 10:57 PM IST

ସମ୍ବଲପୁର: ଚାଷୀଙ୍କ ବକେୟା ଫସଲବୀମା ପ୍ରସଙ୍ଗ ନେଇ ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କଲା ସମ୍ବଲପୁର ଜିଲ୍ଲା ବିଜେଡି । ଆଜି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ନେତୃତ୍ବରେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରେ କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ବିଜେଡି । ଏଥର ଚାଷୀଙ୍କ ଫସଲବୀମା ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଛି ବିଜେଡି । ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ୫୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ବାକି ଥିବାର ଅଭିଯୋଗ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏହି ପଶ୍ଚିମ ଓଡିଶାର ଚାଷୀଙ୍କ ୫୦୦ କୋଟି ଟଙ୍କାର ବୀମା ରାଶି ଅଟକି ରହିଥିବା କହିଛି ଜିଲ୍ଲା ବିଜେଡି। ଏହି ପ୍ରସଙ୍ଗରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି।

ଚାଷୀଙ୍କ ବକେୟା ଫସଲବୀମା ରାଶି ପ୍ରସଙ୍ଗ, ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

ଏହା ବି ପଢନ୍ତୁ- କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ, ସମ୍ବଲପୁରରେ ମାଡିବସିଲା ଅବକାରୀ ବିଭାଗ

ଏହି ପ୍ରସଙ୍ଗ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ପୂର୍ବତନ ବିଧାୟିକା ଡଃ ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି, " ଚାଷୀ ମାନଙ୍କର ଏକ ବୀମା ହୋଇଛି । ଏହି ବୀମାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରିମିୟମ ଦେଉଛନ୍ତି । ତେବେ ଏହି ବୀମା ରାଶି ଚାଷୀଙ୍କୁ ଦେଲେ ସେମାନେ ଚାଷ କରିପାରିବେ ।"

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ,ପୂର୍ବତନ ବିଧାୟିକା ଡଃ ରାସେଶ୍ବରୀ ପାଣିଗ୍ରାହୀ, ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ, ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ, ଜିଲ୍ଲା ଯୁବ ବିଜେଡି଼ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ସହ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ କେନ୍ଦ୍ର ସରକାର ଅବହେଳା ଯୋଗୁଁ ଚାଷୀ ଏହି ସମସ୍ୟା ଦେଇ ଗତି କରୁଥିବା ପୂର୍ବତନ ବିଧାୟିକା ଡଃ ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.