ETV Bharat / state

୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ - 23 lakhs of cannabis seized

ବେଆଇନ ଗଞ୍ଜେଇ କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: 3 ଗିରଫ
୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: 3 ଗିରଫ
author img

By

Published : Jul 22, 2021, 10:50 PM IST

ସମ୍ବଲପୁର: ଜିଲ୍ଲାର ରେଢାଖୋଲ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି । ଉପଖଣ୍ଡ ଅଞ୍ଚଳର ନାକଟିଦେଉଳ ଥାନା ଅନ୍ତର୍ଗତ ଚରଡପସି ସ୍ଥିତ ଏକ ଆଶ୍ରମ ପରିସରରୁ ଗତ ଏକ ମାସ ପୂର୍ବରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରି ନାକଟିଦେଉଳ ପୋଲିସ ଜେଲ ପଠାଇଥିଲା । ଏହାର ମାସକ ପରେ ପୁଣି ରେଢାଖୋଲ ପୋଲିସ ଏହି ବେଆଇନ କାରବାର ଉପରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ କରିଛି ।

ଗତ ୨୧ ତାରିଖ ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ରାଞ୍ଚି-ବିଜୟଓ୍ବାଡା ଜାତୀୟ ରାଜପଥ ଦେଇ ଓଆର ୦2BK 3748 ନମ୍ବର ବିଶିଷ୍ଟ ଏକ ମିନି ଟ୍ରକ ମାଧ୍ୟମରେ କଟକ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେବାକୁ ଥିବା ରେଢାଖୋଲ ପୋଲିସକୁ ସୂଚନା ମିଳିଥିଲା । ସୂଚନା ପାଇ ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ଏସ ଆଇ ସୌମ୍ୟ ରଞ୍ଜନ ମହାଲ୍ଲିକ ପ୍ରମୁଖ ଚଢ଼ାଉ କରି ରେଢାଖୋଲ ରେଳ ଷ୍ଟେସନ ନିକଟସ୍ଥ ଓଭର ବ୍ରିଜ ପୁରୁଣାଗଡ ଛକ ଠାରେ ଯାନବାହନ ସବୁ ଯାଞ୍ଚ କରିଥିଲେ । ଏହିରେ ଏକ ମିନି ଟ୍ରକକୁ ଯାଞ୍ଚ କରିବାରୁ ବ୍ୟାପକ ମାତ୍ରାରେ ବେଆଇନ ଗଞ୍ଜେଇ ବାହାରିଥିଲା ।

୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: 3 ଗିରଫ

ଏହାପରେ ପୋଲିସ ଏହି ମିନି ଟ୍ରକରୁ ୨ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ, ୪ଟି ମୋବାଇଲ ଫୋନ, ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା । ଏହି ବେଆଇନ ଗଞ୍ଜେଇ କାରବାରରେ ପାଇଲଟିଂ କରୁଥିବା ଓଡ଼ି 02 AL 0397 ନମ୍ବର ବିଶିଷ୍ଟ କାର ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ସକଡ଼ା ଗ୍ରାମର ଛବି ଦାସ(୪୦), ତଳତଇଁଲା ଗ୍ରାମର ନିରଞ୍ଜନ ସାହୁ(୪୦) ଓ ଏହି ବେଆଇନ ଗାଡିକୁ ପାଇଲଟିଂ କରି ଆଣୁଥିବା ଅନ୍ୟ ଜଣେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଧାନଖଣ୍ଡି ଗ୍ରାମର ପିଙ୍କୁ ବାରିକ(୨୯) । ଏ ସଂକ୍ରାନ୍ତରେ ରେଢାଖୋଲ ଥାନା କେସ ନମ୍ବର ୧୨୯/୨୧ରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ ହେବା ସହିତ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ଏସଡିପିଓ ଜ୍ୟୋସ୍ନାମୟୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ବେଆଇନ କାରବାରରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଏହି ଘଟଣାକୁ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ କହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.