ETV Bharat / state

ରେଢ଼ାଖୋଲ ଦୀପାବଳିର ନିଆରା ପରମ୍ପରା, ଖେଳାଯାଏ ନିଆଁ ପେଣ୍ଡୁ ଖେଳ

author img

By ETV Bharat Odisha Team

Published : Nov 13, 2023, 6:23 PM IST

ଦୀପାବଳିରେ ରେଢାକୋଲରେ ନିଆରା ପରମ୍ପରା । ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଜମିଲା ନିଆଁ ପେଣ୍ଡୁ ଖେଳ । ଅଧିକ ପଢନ୍ତୁ

soccer with Ball of Fire
soccer with Ball of Fire
ନିଆଁ ପେଣ୍ଡୁ ଖେଳ

ସମ୍ବଲପୁର: ଆଲୋକର ପର୍ବ ଦୀପାବଳି ଧୁମଧାମର ସହିତ ପାଳନ ହୋଇଛି । ବିଭିନ୍ନ ସ୍ଥାନରେ ପାରମ୍ପରିକ ଢଙ୍ଗରେ ଏହି ପବିତ୍ର ପର୍ବକୁ ପାଳନ କରାଯାଇଛି । ତେବେ ଜିଲ୍ଲାର ରେଢାଖୋଲରେ ଦୀପାବଳିରେ ରହିଛି ନିଆରା ପରମ୍ପରା । ଯେଉଁଠି ଦୀପାବଳି ଦିନ ଖେଳାଯାଏ ନିଆଁ ପେଣ୍ଡୁ ଖେଳ । ପାରମ୍ପରିକ ପୂଜାର୍ଚ୍ଚନା ପରେ ଏକ ସ୍ବତନ୍ତ୍ର ପେଣ୍ଡୁ ତିଆରି କରାଯାଇ ଏଥିରେ ନିଆଁ ଲଗାଯିବା ପରେ ଯୁବବର୍ଗ ଫୁଟବଲ ଭଳି ଏହାକୁ ଖେଳିଥିବା ଦେଖିବାକୁ ମିଳିଛି ।

ନିଆଁ ପେଣ୍ଡୁ ଖେଳ ଲାଗି ସୁତୁଲି, ଅଖା, ବସ୍ତାରେ ବଲ୍‌ ତିଆରି କରାଯାଏ । ଏହାପରେ ଏଥିରେ ନିଆଁ ଲଗାଇ ଫୁଟବଲ ଖେଳ ପରି ଏହି ଖେଳକୁ ଖେଳନ୍ତି ରେଢ଼ାଖୋଲ ବାସୀ । ଦୀର୍ଘ ୪୦ ବର୍ଷ ହେବ ଏଭଳି ଏକ ପରମ୍ପରାକୁ ନେଇ ଦୀପାବଳି ସଂଧ୍ୟାରେ ରେଢାଖୋଲରେ ଖେଳା ଯାଇଥାଏ ଏହି ବିରଳ ପେଣ୍ଡୁ ଖେଳ । ସମ୍ପୂର୍ଣ୍ଣ ସତର୍କତା, ସୁରକ୍ଷିତ ଓ ନିୟମ ଅନୁଯାୟୀ ଖେଳାଯାଇଥାଏ ଏହି ଖେଳ । ଏପରି ଏକ ଦୁଃସାହସିକ ଖେଳ ଖେଳିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମନରୁ ନିଆଁର ଭୟକୁ ଦୂର କରିବା ।

ଏହା ବି ପଢନ୍ତୁ- Budhi Diwali: ଏଇଠି ମାସେ ପରେ ପାଳନ ହୁଏ ଦୀପାବଳି ପର୍ବ, ରହିଛି ଅନନ୍ୟ ପରମ୍ପରା

ଫୁଟବଲ ପରି ଏହି ଖେଳ ହୋଇଥିଲେ ସୁଦ୍ଧା ଏହି ଖେଳଟି ସମ୍ପୂର୍ଣ୍ଣ ଫୁଟବଲ ଖେଳ ପରି ନୁହେଁ । ସାଧାରଣ ଫୁଟବଲ ବଦଳରେ ଏଠାରେ ରହିଛି ସ୍ବତନ୍ତ୍ର ସ୍ବଦେଶୀ ପଦ୍ଧତିରେ ତିଆରି ହୋଇଥିବା ଏକ ଫୁଟବଲ । ଦୀପାବଳି ସଂଧ୍ୟାରେ ରେଢାଖୋଲ ସହରର ଯଦୁମଣିପାଟଣାରେ ପ୍ରତ୍ୟେକ ବର୍ଷ ଖେଳାଯାଏ ଏହି ନିଆଁ ପେଣ୍ଡୁ ଖେଳ । ସ୍ଥାନୀୟ ଭୀମଭୋଇ ମିନି ଷ୍ଟାଡିୟମରେ ଦୀପାବଳୀ ସଂଧ୍ୟାରେ ଯିଏ ଯେଉଁଠି ଥିଲେ ଏକାଠି ହୁଅନ୍ତି । ସାହି ମୁଖିଆ ଅଗ୍ନିପେଣ୍ଡୁକୁ ପଡିଆ ମଝିରେ ରଖି ପାରମ୍ପରିକ ପୂଜାର୍ଚ୍ଚନା କଲା ପରେ ପେଣ୍ଡୁରେ ନିଆଁ ଲଗାଇଥାନ୍ତି । ତାପରେ ପେଣ୍ଡୁକୁ ଖେଳାଳିମାନଙ୍କୁ ଦେଇଥାନ୍ତି ।

ପୂର୍ବରୁ ତାଲିମ ନେଇଥିବା ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳ ଖେଳିଥାନ୍ତି । ଖେଳିବା ବେଳେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଏ । ପଡିଆରେ ବାଲି, ପାଣି, କମ୍ବଳ, ଔଷଧ ରଖାଯାଇ ଏହି ଖେଳ ଖେଳାଯାଏ । ନିଆଁ ଦାଉରୁ ନିଜକୁ ରକ୍ଷା କରିବା ଓ ନିଆଁର ଭୟ ମନର ଭିତରୁ ଦୂର କରିବା ପାଇଁ ଏହା ଖେଳାଯାଏ ବୋଲି କୁହାଯାଏ । ଆଜିକୁ ୪୦ ବର୍ଷ ହେବ ଏହି ପରମ୍ପରା ଚାଲି ଆସୁଛି ।

କେମିତି ତିଆରି ହୁଏ ବଲ୍‌ :- ଦୀପାବଳୀ ଦିନ ପୂର୍ବରୁ ଅଖାବସ୍ତାକୁ ସୁତୁଲିରେ ବନ୍ଧାଯାଇ ବଲ୍‌ ତିଆରି ହୁଏ । ବଲଟି ପ୍ରସ୍ତୁତ ହେଲାପରେ କିରୋସିନିରେ ବୁଡାଇ ରଖାଯାଏ । ଦୀପାବଳି ସଂଧ୍ୟାରେ ପଡ଼ିଆରେ ପୂଜା କରାଯାଇ ଏଥିରେ ନିଆଁ ଲଗାଇ ଖେଳାଯାଏ । ଏହି ଖେଳ ଖେଳିବା ପାଇଁ ବର୍ଷସାରା ଅପେକ୍ଷାରେ ଥାଆନ୍ତି ସ୍ଥାନୀୟ ଲୋକେ । ଠିକ ସେମିତି ଦର୍ଶକ ମଧ୍ୟ ପଡିଆରେ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି । ଏହି ନିଆଁ ପେଣ୍ଡୁ ଖେଳ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଦର୍ଶକ ଆସନ୍ତି । ଏହି ଖେଳ ଦେଖିବାରେ ଲୋକଙ୍କ ମଧ୍ୟରେ କୌତୁହଳତା ଦେଖିବାକୁ ମିଳେ ।

ଆଜି ପର୍ଯ୍ୟନ୍ତ ଏହି ଖେଳରେ କୌଣସି ଅଘଟଣ ଘଟିନାହିଁ । ଖେଳର ନୀତି ନିୟମ ମାନି ଛୋଟରୁ ବଡ ସମସ୍ତେ ଖେଳନ୍ତି । ଯେମିତି ବଲ ଉପରକୁ ଉଠିବ ନାହିଁ , ଦେହକୁ ବାଜିବ ନାହିଁ ତା ଉପରେ ଗୁରୁତ୍ବ ଦିଆଯାଏ । ଯଦୁମଣିପାଟଣା ସ୍ଥିତ ମିନି ଷ୍ଟାଡିୟମରେ ଏହି ଖେଳ ହୋଇଥାଏ । ଛୋଟପିଲାମାନେ ମଧ୍ୟ ନିଜର ସାହସ ଦେଖେଇବା ପାଇଁ ଏହି ଖେଳର ମଜା ନେଇଥାନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.