ETV Bharat / state

ରାସ୍ତା ପାଲଟିଛି ମରଣଯନ୍ତା, ବାରମ୍ବାର ଅଭିଯୋଗ ସତ୍ତ୍ୱେ ସୁଧୁରୁନି ଅବସ୍ଥା

author img

By

Published : Aug 21, 2023, 9:19 PM IST

ସମ୍ବଲପୁର ମହାନଗରର ଅଧିକାଂଶ ରାସ୍ତାର ଅବସ୍ଥା ଶୋଚନୀୟ । ବର୍ଷ ବର୍ଷ ଧରି ଖାଲ ଖମାରେ ଭର୍ତ୍ତି ଏହି ରାସ୍ତା । ରାସ୍ତା ମରାମତି କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମରେ ଖର୍ଚ୍ଚ କରାଯାଉଛି କୋଟିକୋଟି ଟଙ୍କା ହେଲେ ଅବସ୍ଥା ସୁଧୁରୁନି l ଅଧିକ ପଢ଼ନ୍ତୁ

road problem in sambalpur
ମରଣଯନ୍ତା ପାଲଟିଛି ସମ୍ବଲପୁର ରାସ୍ତା
ମରଣଯନ୍ତା ପାଲଟିଛି ସମ୍ବଲପୁର ରାସ୍ତା

ସମ୍ବଲପୁର: ରାସ୍ତା ପାଲଟିଛି ମରଣଯନ୍ତା । ବର୍ଷ ବର୍ଷ ଧରି ଖାଲ ଖମାରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି । ସମ୍ବଲପୁର ମହାନଗରର ଅଧିକାଂଶ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାର ପ୍ରଶାସନିକ, ରାଜନୈତିକ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ କୁହା ଯାଉଥିବା ସମ୍ବଲପୁର ସହରର ରାସ୍ତା ମରାମତି ନେଇ ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ବର୍ଷା ଦିନରେ ରାସ୍ତା ଗୁଡିକର ଅବସ୍ଥା ଏତେ ଶୋଚନୀୟ ହୋଇଛି ଯେ, ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନ୍ୟପଟେ ସହରରେ ସ୍ବରେଜ କାର୍ଯ୍ୟ ଚାଲୁଥିବା ବେଳେ ସଂସ୍ଥା ପକ୍ଷରୁ ରାସ୍ତା ମନଇଚ୍ଛା ରାସ୍ତା ଖୋଳା ଯାଉଥିବାରୁ ଅବସ୍ଥା ଆହୁରି ଖରାପ ହେଉଛି । ରାସ୍ତା ମରାମତି କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମରେ ଖର୍ଚ୍ଚ କରାଯାଉଛି ହେଲେ ଅବସ୍ଥା ସୁଧୁରୁନି l ବର୍ତ୍ତମାନ ସହରର ଧନୁପାଲିରୁ ଜେଲ ଛକ ରାସ୍ତା, ଜେଲ ଛକରୁ ଭୂତାପଡା ଛକ ରାସ୍ତା, ଭିଏସଏସ ମାର୍ଗ ରାସ୍ତା, ଅଶୋକା ଟକିଜ ଛକରୁ ସାକ୍ଷୀପଡା ଦେଇ ସରଳା ଛକ ରାସ୍ତା, ଜିଏମ କଲେଜ ଛକରୁ ଅଇଁଠାପାଲି ଛକ ରାସ୍ତା, ମୁଦୀପଡା ଛକରୁ କ୍ଷେତରାଜପୁର ଷ୍ଟେସନ ରାସ୍ତା, ଅନୁଗୁଳିଆ ପଡା ଅଞ୍ଚଳର ରାସ୍ତା ସବୁ ଖାଲ ଖମାରେ ଭର୍ତ୍ତି l ଟିକିଏ ବର୍ଷା ହେଲେ ପାଣି ଜମୁଛି l ଅନ୍ୟପଟେ ସ୍ୱରେଜ କାର୍ଯ୍ୟ ପାଇଁ ରାସ୍ତା ଖୋଳା ଯାଇ ତାକୁ ଆଉ ମରାମତି କରାଯାଉନଥିବାରୁ ଲୋକଙ୍କ ଯାତାୟତରେ ନାହିଁ ନଥିବା ଅସୁବିଧା ହେଉଛି l ଏହା ଦ୍ୱାରା ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି l ରାସ୍ତାର ଦୂରାବସ୍ଥା ଯୋଗୁଁ ପିଲାମାନେ ବିଳମ୍ବରେ ସ୍କୁଲରେ ପହଞ୍ଚୁଛନ୍ତି । ସ୍ବରେଜ କାମ ଲାଗି ରାସ୍ତା ଉପରେ ମାଟି ପଡିରହିଥିବାରୁ ଦୁର୍ଘଟଣା ମଧ୍ୟ ହେଉଛି । ଏପରିକି ପାଣି ଜମି ରହୁଥିବା ଅଭିଯୋଗ ହେଉଛି l ତେବେ ଏନେଇ ଜିଲ୍ଲା ପ୍ରଶାସନକୁ ଯେତେ ଗୁହାରୀ କଲେ ମଧ୍ୟ କୌଣସି ଲାଭ ମିଳୁନାହିଁ ବୋଲି ଲୋକେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମରଣଯନ୍ତା ପାଲଟିଛି ଜଲ୍ଲାରପୁର-ପହଙ୍ଗା ରାସ୍ତା, ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ

କେତେକ ରାସ୍ତାରେ ପିଚୁ ଉଠି ଯାଇଥିବା ବେଳେ ପର୍ଯ୍ୟାୟ କ୍ରମରେ ପେଚିଂ ମରାମତି କାମ ହେଉଛି । କିନ୍ତୁ ତାହା ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଆସୁଛି l ସମ୍ବଲପୁର ସହରକୁ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ନେତା ମନ୍ତ୍ରୀଙ୍କ ଗସ୍ତ ହେଉଥିଲେ ମଧ୍ୟ ସହର ରାସ୍ତାର ସ୍ଥିତି ନେଇ କାହାର ନିଘା ନାହିଁ । ଅନ୍ୟପଟେ ଏହି ସମସ୍ୟାର ସମାଧାନ ଶୀଘ୍ର କରାନଗଲେ ଆଗାମୀ ଦିନରେ ଜିଲ୍ଲା ଯୁବ କଂଗ୍ରେସ ଏନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି l ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି ଯେ, ସମ୍ବଲପୁର ମହାନଗର ନିଗମ ଓ ପୂର୍ତ୍ତ ବିଭାଗର ଅଧକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା ହେଉଛି । ବର୍ତ୍ତମାନ କାର୍ଯ୍ୟ ଜାରି ରହିଥିବାରୁ ଏହିଭଳି ସମସ୍ୟା ରହିଛି l ଆଗାମୀ ଦିନରେ ତାହା ସମାଧାନ ହୋଇଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.