ETV Bharat / state

ଝାରମୁଣ୍ଡା ଗାଁରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଝାରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଅଧିକ ପଢ଼ନ୍ତୁ...

author img

By

Published : Nov 4, 2021, 5:57 PM IST

ଝାରମୁଣ୍ଡା ଗାଁରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ସମ୍ବଲପୁର: ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଝାରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଝାରମୁଣ୍ଡା ଗାଁର ଏକ ପଡ଼ିଆରେ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ଯା କରିଛନ୍ତି । ମୃତକ ସେହି ଗାଁର ଟଙ୍କଧର ମହାକୁଡ଼ ଓ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ଼ ବୋଲି ଜଣାପଡ଼ିଛି ।

ଝାରମୁଣ୍ଡା ଗାଁ ଗୋଶାଳା ନିକଟରେ ଥିବା ଏକ ପଡ଼ିଆରେ ବୃଦ୍ଧ ଦମ୍ପତି ବିଷ ପିଇ ପଡ଼ିଥିବା ନେଇ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବାବେଳେ ବୃଦ୍ଧଙ୍କ ମୃତ୍ୟୁ ହୋଇ ସାରିଥିଲା । ତେବେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

କେଉଁ କାରଣରୁ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଛନ୍ତି, ତାହାକୁ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । ପାରିବାରିକ କଳହ କିମ୍ବା ମାନସିକ ଅବସାଦ ଯୋଗୁୁଁ ଉଭୟ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.