ETV Bharat / state

ସମଲେଶ୍ୱରୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରି ପୂଜା - ସମଲେଶ୍ୱରୀଙ୍କ ପୀଠ

ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି ସହ ମା'ଙ୍କ ଷୋଡ଼ଶ ପୂଜା ଉପଚାର ବିଧି । ମା'ଙ୍କ ନିକଟରେ ଭକ୍ତମାନେ ଆଜିଠୁ ଜାଳିପାରିବେ ମାନସିକ ଦୀପ । ଏଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ସମଲେଶ୍ୱରୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରି ପୂଜା

author img

By

Published : Oct 17, 2020, 8:21 PM IST

ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି ସହ ମା'ଙ୍କ ଷୋଡ଼ଶ ପୂଜା ଉପଚାର ବିଧି । ମା'ଙ୍କ ନିକଟରେ ଭକ୍ତମାନେ ଆଜିଠୁ ମାନସିକ ଦୀପ ପ୍ରଜ୍ବଳନ କରିପାରିବେ । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମା'ଙ୍କ ନିକଟରେ ଲାଗି କରାଯାଇଥିବା ମାନସିକ ଦୀପ ସବୁ ଆଗାମୀ ୨୫ ତାରିଖ, ବିଜୟା ଦଶମୀ ଦିନ ବିସର୍ଜନ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସମଲେଶ୍ୱରୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରି ପୂଜା

ମା' ଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ପରିପ୍ରେକ୍ଷୀରେ ସକାଳ ୪ଟାବେଳେ ମନ୍ଦିର ଖୋଲି ସମସ୍ତ ଯଥାବିଧି ସ୍ବତନ୍ତ୍ର ପୂଜାର୍ଚ୍ଚନା ସକାଳ ସାଢ଼େ ୫ଟାବେଳେ ଶେଷ ହେବ । ସକାଳ ୬ଟାରୁ ଭକ୍ତମାନଙ୍କ ଦ୍ୱାରା ଦିଆଯାଇଥିବା ମାନସିକ ଦୀପ ପ୍ରଜ୍ବଳନ କରାଯିବ । କୋରୋନା କଟକଣା ଯୋଗୁଁ କୌଣସି ଭକ୍ତ ମନ୍ଦିର ପରିସରରେ ଉପସ୍ଥିତ ରହିବେ ନାହିଁ । ଭକ୍ତଙ୍କ ନାମ ଓ ଗୋତ୍ର ପାଠ କରି ପୂଜକମାନେ ମାନସିକ ଦୀପ ପ୍ରଜ୍ବଳନ କରିବେ ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭକ୍ତଙ୍କ ସୁବିଧା ପାଇଁ ଗତ ଅଗଷ୍ଟ ମାସରୁ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ ଫେସବୁକ ପେଜ‌ରେ ମା'ଙ୍କ ସନ୍ଧ୍ୟା ଆଳତୀ ଲାଇଭ ପ୍ରଦର୍ଶିତ ହେଉଛି ।

ତେବେ ମା' ସମଲେଇଙ୍କ ପୀଠଟି ପ୍ରଥମଥର ପାଇଁ ଶାରଦୀୟ ଦଶହରା ସମୟରେ କୋଭିଡ କଟକଣା ପାଇଁ ବନ୍ଦ ରଖାଯାଉଥିବାରୁ ଭକ୍ତଙ୍କ ସକାଶେ ମା'ଙ୍କ ଡିଜିଟାଲ ଦର୍ଶନ ଉଭୟ ସକାଳ ଓ ସନ୍ଧ୍ୟାରେ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହ ଭକ୍ତମାନେ ପ୍ରଜ୍ୱଳନ କରୁଥିବା ମାନସିକ ଜାଗର ଦୀପ ମଧ୍ୟ ଯେଭଳି ବସାଇ ପାରିବେ ସେ ନେଇ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସମସ୍ତ ବନ୍ଦୋବସ୍ତ କରିଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.